ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ ଜଣ ତୀର୍ଥଯାତ୍ରୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ ଜଣ ତୀର୍ଥ ଯାତ୍ରୀଙ୍କୁ ରଖାଯାଇଛି । ଗତ ୧୧ ତାରିଖ ଠାରୁ ସଂପୃକ୍ତ ଯାତ୍ରୀଙ୍କ ସମେତ ପ୍ରାୟ ୬୦ ଜଣ ଯାତ୍ରୀ ଏକ ଭ୍ରମଣକାରୀ ସଂସ୍ଥା ମାଧ୍ୟମରେ ବୃନ୍ଦାବନ, ଗୟା, ମଥୁରା, ଅଯୋଧ୍ୟା, ହରିଦ୍ୱାର ଆଦି ସ୍ଥାନକୁ ବୁଲି ଯାଇଥିଲେ । କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ଘୋଷଣା ହୋଇଯିବା ଫଳରେ ସେମାନେ ଗୟା ଠାରେ ଫସି ରହିଥିଲେ । ଫଳରେ ତୀର୍ଥ ଭ୍ରମଣକାରୀ ସଂସ୍ଥା ସମସ୍ତ ଯାତ୍ରୀ ମାନଙ୍କୁ ଫେରାଇ ଆଣିଥିଲେ । ସଂପୃକ୍ତ ୬ ଜଣ ଯାତ୍ରୀ ମାନଙ୍କୁ ବରପଦା ବଜାର ଠାରେ ଗୁରବାର ରାତିରେ ଛାଡି ଦିଆଯାଇଥିଲା । ଏହି ୬ ଜଣ ଯାତ୍ରୀ ଛୟାଳସିଂ, ଗଣିଜାଙ୍ଗ ଓ ସେଣ୍ଢତୀରା ପଞ୍ଚାୟତର ବୋଲି ଜଣାଯାଇଛି । ଖବର ପାଇ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅଣାଯାଇ ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଛି । ଶୁକ୍ରବାର ବିଡିଓ ରେବେକା ବିଲୁଙ୍ଗ ଅସ୍ଥାୟୀ କେନ୍ଦ୍ରରେ ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଡିଓଙ୍କ ଗ୍ରସ୍ତ ବେଳେ ସରପଞ୍ଚ ଚିନ୍ତାମଣି ଘଡେଇ, ପିଇଓ ଅଲେଖ ଚନ୍ଦ୍ର ମଲ୍ଲିକ, ବ୍ଲକ କର୍ମଚାରୀ ସୁରେନ୍ଦ୍ର ସାହୁ, ନୋଡାଲ ଅଫିସର ଶ୍ରୀଧର ବେହେରା, କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସେଠୀ, ପୀତବାସ ସାହୁ, ଦୀପକ ଦାସ, ଚିନ୍ମୟ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ