ବାତ୍ୟା ଅର୍ଣ୍ଣବର ପ୍ରଥମ ଝଲକ ଧାମନଗର ଅନ୍ଧାର

ଧାମନଗର (ଓ୍ବାଇଏନଏସ) : ଧାମନଗର ସହରାଞ୍ଚଳରେ ବାତ୍ୟା (ଅର୍ଣ୍ଣବ)ର ପ୍ରଥମ ଝଲକ ପ୍ରବଳ ବର୍ଷା ଯୋଗୁଁ ଧାମନଗର ସହର ଅପରାହ୍ନ ୪ଟା ବେଳେ ପୁରା ଅନ୍ଧାର ଭୟଙ୍କର ଦେଖା ଦେଇଥିବା ବେଳେ ଘରୁ ବାହାରକୁ ବାହାରିବା ପାଇଁ ସମ୍ଭବ ନୁହେଁ। ଦୋକାନ ବଜାର ବନ୍ଦ ସାଙ୍ଗକୁ ଖାଁ ଖାଁ ଦେଖାଦେଇଛି ଅଞ୍ଚଳ।ଏପଟେ ଧାନ ଚାଷ ନଷ୍ଟ ହେବାକୁ ଯାଉଥିଲା। ବର୍ଷା ଯୋଗୁଁ ଚାଷୀ କୂଳଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବୁଧବାର ଦିନ ପବନ ସାଙ୍ଗକୁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଯଦି ବାତ୍ୟା (ଅର୍ଣ୍ଣବ)ର ପ୍ରଭାବ ବିସ୍ତାର କରି କ୍ଷୟକ୍ଷତି ହୁଏ ତାହେଲେ ମୁକାବିଲା ପାଇଁ ବ୍ଳକ ପ୍ରଶାସନ ତରଫରୁ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ