ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ନିରାକରଣ ଅଭିଯାନ ବୈଠକ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଦୁର୍ଗମ ଅଂଚଳରେ ମ୍ୟାଲେରିଆ ପ୍ରତିଶୋଧକ ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲାମୁଖ୍ୟ ଚିକିସ୍ରାଧିକାରୀ ବିଜୟ କୁମାର ପାଣିଗ୍ରାହି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଉପରେ ନେଇଥିବା ସୂଚନା ଗୁଡିକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଗତବର୍ଷ ଜିଲ୍ଲାରେ ୯୧୩୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚଳିତ ଅପ୍ରେଲ ସୁଦ୍ଧା ୧୨୮୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୈଠକରେ ଜିଲ୍ଲାପାଳ ମ୍ୟାଲେରିଆରେ ଯେଉଁ ପରି କୈାଣସି ବି ପ୍ରାଣହାନୀ ଘଟିବ ନାହିଁ ସେଥି ପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେହିପରି ଦୁର୍ଗମ ଅଂଚଳ ତଥା ପାତ୍ରପୁର ଆଦି ପାହାଡିଆ ଅଂଚଳରେ ଲୋକମାନଙ୍କୁ ମଶୁରୀ ବ୍ୟବହାର ନିମନ୍ତେ ଉପଦେଶ ଦେବା ସହ ପରିବେଶକୁ ସଫା କରିବା ସହିତ ମଶା ଦାଉରୁ କିପରି ରକ୍ଷା ପାଇବା ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ମୁଖ୍ୟ ଚିକିସ୍ରାଧିକାରୀ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଜନସ୍ୱାସ୍ଥ ଅଧିକାରୀ ଡା.ଆର ଜଗଦୀଶ ପଟ୍ଟନାୟକ ,ଜାତୀୟ ସ୍ୱାସ୍ଥ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ ,ଜିଲ୍ଲା ଚିକିସ୍ରାଧିକାରୀ ଡା .ପିକେ କୁର୍ମେୟା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଦେବବ୍ରତ ସାହୁ ଜିଲ୍ଲା ମସ୍ର୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ରେଡ୍ଡୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।


