ଆଜି ବିଶ୍ୱକପରେ ଭେଟିବ ନ୍ୟୁଜିଲାଣ୍ଡ କୁ ଶ୍ରୀଲଙ୍କା

କାର୍ଡିଫର ସୋଫିଆ ଗାଡେନ୍ସଠାରେ ବିଶ୍ୱକପ ୨୦୧୯ର ୩ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଶ୍ରୀଲଙ୍କାକୁ ଭେଟୁଛି । ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମ୍ସ ଟସ ଜିଣି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ତେବେ ଶ୍ରୀଲଙ୍କା ଦଳ ନିଜର ଇନିଂସ ଆରମ୍ଭରୁ ହିଁ ଓପନର ଲାହିରୁ ଥିରିମାନେଙ୍କ ଓ୍ଵିକେଟ ହରାଇଛି । ସେ ମ୍ୟାଟ ହେନରୀଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଏବେ କ୍ରିଜରେ ଦିମୁଥ କରୁଣାରତ୍ନେ ଓ କୁସଲ ପରେରା ଅଛନ୍ତି । ସର୍ବଶେଷ ଖବର ମିଳିବା ପର‌୍ୟ୍ୟନ୍ତ ଶ୍ରୀଲଙ୍କା ୩ ଓଭରରେ ୧ ଓ୍ଵିକେଟ ହରାଇ ରନ ସଂଗ୍ରହ କରିଛି । ଆଜିର ୨ୟ ମ୍ୟାଚ ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଏହି ମ୍ୟାଚ ଭାରତୀୟ ସମୟ ସଂଧ୍ୟା ୬ଟା ସମୟରେ ବ୍ରିଷ୍ଟଲଠାରେ ଖେଳାଯିବ । ଗତ କାଲି େଓ୍ଵଷ୍ଟଇଣ୍ଡିଜ ଦଳ ପାକିସ୍ତାନକୁ ଶୋଚନୀୟ ଭାବେ ୭ ଓ୍ଵିକେଟରେ ପରାସ୍ତ କରିଥିଲା ।ପାକିସ୍ତାନ ଦଳ ମାତ୍ର ୧୦୪ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଣ୍ଡିଜ ଦଳ ତାହାକୁ ୧୪ ତମ ଓଭରରେ ୩ ଓ୍ଵିକେଟ ହରାଇ ହାସଲ କରିନେଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ