ପୋଡିୟମକୁ ନିର୍ବାଚିତ ବାଚସ୍ପତିଙ୍କୁ ପାଛୋଟି ନେବେ କାମଚଳା ବାଚସ୍ପତି

କାମଚଳା ବାଚସ୍ପତି,ଗୃହର ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିର୍ବାଚିତ ବାଚସ୍ପତିଙ୍କୁ ପୋଡିୟମ କୁ ପାଛୋଟି ନେବେ । ଏ ସମ୍ପର୍କରେ ସୂଚନା ଦେଇ ସନସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ବାଚସ୍ପତି ନିର୍ବାଚନ ପାଇଁ ଆଜି ଶାସକ ଦଳ ପକ୍ଷରୁ ବିଧାନସଭା ସଚିବାଳୟରେ ନୋଟିସ୍ ଦିଆଯାଇଛି । ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବଚସ୍ପତି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବ ରହିଥିବା ବେଳେ ଦ୍ୱିତୀୟ ପ୍ରସ୍ତାକ ଭାବେ ସେ ରହିଛନ୍ତି । ଆସନ୍ତାକାଲି ଗୃହରେ ବାଚସ୍ପତି ନିର୍ବାଚନ ହେବ । ଯେହେତୁ ଶାସକ ବିଜେଡିର ୧୧୨ ଜଣ ବିଧାୟକ ରହିଛନ୍ତି, ତେଣୁ ନିର୍ବଚନ ହେଲେ ଶ୍ରୀ ପାତ୍ର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିଭଳି ବିଜେଡିର ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ,ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସାବ ଦେଇଛନ୍ତି ସେହି ନୋଟସ୍କୁ ସେ ପାଇଛନ୍ତି । ଆସନ୍ତାକାଲି ଏସମ୍ପର୍କରେ ଗୃହରେ ଆଲୋଚନା ହେବା ପରେ ବିଧିବଦ୍ଧ ଭାବେ ଘୋଷଣା ହେବ । ଆସନ୍ତାକାଲିଠାରୁ ବାଚସ୍ପତି ହେବାର ସୁଯୋଗ ପାଇବି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସୂର୍ଯ୍ୟ ପାତ୍ର ପେସାରେ ଜଣେ ସାମ୍ବାଦିକ ଓ ପରବର୍ତ୍ତୀ ସମୟରେ ଆଇନଜୀବୀ ଥିଲେ ହେଁ ୧୯୯୦ ମସିହାରେ ପ୍ରଥମଥର ପାଇଁ ଜନତା ଦଳରୁ ମୋହନା ବିଧାନସଭା ଆସନରୁ ବିଜୟୀ ହୋଇ ବିଧାନସଭାରେ ପ୍ରବେଶ କରିଥିଲେ । ପରେ କ୍ରମାଗତ ଭାବେ ୪ଥର ମୋହନାରୁ ନିର୍ବାଚିତ ହୋଇଥିଲେ । ୨୦୦୯ ସୀମା ନିର୍ଦ୍ଧାରଣରେ ଦିଗପହଣ୍ଡି ବିଧାନସଭା ଆସନରୁ ୩ୟ ଥର ପାଇଁ ବିଜୟ ହୋଇ ବିଧାନସଭାକୁ ଆସିଛନ୍ତି । ରାଜନୈତିକ ଜୀବନରେ ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ସହିତ ନବୀନ ପଟ୍ଟନାୟକଙ୍କ ସମସ୍ତ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୦୦ ମସିହା ଠାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ସେ ପର୍ଯ୍ୟଟନ, ସଂସ୍କୃତି, ମତ୍ସ୍ୟ ଓ ପଶୁ ସମ୍ପଦ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ, ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ଏବଂ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ ରହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ୨୦୧୯ ନିର୍ବାଚନରେ ସେ ଦିଗପହଣ୍ଡି ଆସନରୁ ବିଜୟୀ ହେବା ପରେ ତାଙ୍କୁ ବାଚସ୍ପତି ହେବା ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ