ରଥଖଳାରେ ସ୍ୱାସ୍ଥ୍ୟ ଶିବିର

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫାନି ପ୍ରଭାବରେ ପୁରୀରେ ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଶନ ଓଡ଼ିଶା । ତେଣୁ ଗୁରୁବାର ରଥଖଳାରେ ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା ମହାରଣା ସେବାୟତ ଓ ଭୋଇ ସେବାୟତଙ୍କର ଚିକତ୍ସା କରାଯାଇଥିଲା । ଶିବିରରେ ୧୫୦ରୁ ଅଧିକ ସେବାୟତଙ୍କ ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ମିଶନ ଓଡ଼ିଶା ଓ ଆପୋଲ ହସ୍ପିଟାଲ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆପୋଲ ହସ୍ପଟାଲର ବରିଷ୍ଠ ଡାକ୍ତରମାନେ ଏଠାକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ପ୍ରେମାନନ୍ଦ ପଟନାୟକ, ସତ୍ୟବ୍ରତ ସାହୁ, ଆର.କେ.ପଣ୍ଡା, ଗୌରିମଣୀ ଦାସ, ସୁଭଦ୍ରା ଓଝା ଓ ଦିପାଳୀ ରାଉତ ପ୍ରମୁଖ ଚିକିତ୍ସା କରିଥିଲେ । ସେହିପରି ରୂପକାର ସେବାୟତ ଓ କମାର ସେବାୟତଙ୍କ ମଧ୍ୟ ଚିକିତ୍ସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ