ମହାପ୍ରଭୁଙ୍କ ୧୫୬ କୋଟି ଟଙ୍କା ଫେରିଲା
ଭୁବନେଶ୍ବର : ଆଜି ୟେସ ବ୍ୟାଙ୍କରୁ ଫେରିଛି ଶ୍ରୀମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ସ୍ଥାୟୀ ଜମା ଟଙ୍କା। ଦ୍ୱିତୀୟ ସ୍ଥାୟୀ ଜମା ବାବଦରେ ୧୫୬ କୋଟି ଟଙ୍କା ସୁଧମୁଳ ସହ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଫେରିଛି ବୋଲି ଜଣାପଡିଛି। ମ୍ୟାଚୁରିଟି ସରିବା ପରେ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି ଏହି ଟଙ୍କା। ପୁରୀ ଏସ୍ବିଆଇ ମୁଖ୍ୟ ଶାଖାରେ ଥିବା ଆକାଉଣ୍ଟକୁ ଏହି ଟଙ୍କା ଫେରିଛି। ପ୍ରଥମ ପର୍ଯ୍ୟାୟରେ ଗତ ୧୯ ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ଟଙ୍କା ଇ-ଟ୍ରାନ୍ସଫର୍ ମାଧ୍ୟମରେ ଫେରିଥିଲା।


