ବିଧାୟକଙ୍କ ଦ୍ବାରା ୫୯୧ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ବଡଡୁମ୍ବୁଳା ଏବଂ କରପଡ଼ା ପଞ୍ଚାୟତ ରେ ଶୁକ୍ରବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର  ୫୯୧ ହିତାଧିକାରୀଙ୍କୁ  ପଟ୍ଟା ବଣ୍ଟନ କରିଥିବା ଜଣାପଡିଛି ।‌ ପ୍ରଥମେ ବିଧାୟକ ବଡ଼ଡୁମ୍ବୁଳା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ପଟ୍ଟା ବଣ୍ଟନ ମେଳାରେ ଯୋଗଦେଇ ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଗୀତାଞ୍ଜଳି ଜାନି ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ।ପରେ ୨୩୩ ହିତାଧିକାରୀଙ୍କୁ ୨ ୟ ଖାନା ସଂଶୋଧିତ ପଟ୍ଟା ଏବଂ ୨୧ ହିତାଧିକାରୀ ଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ , ରାଜସ୍ବ ନିରୀକ୍ଷିକା ରଜନୀ ପ୍ରଧାନ , ସେବା ସମବାୟ ସମ୍ପାଦକ ଶେଷକାନ୍ତ ଜାନୀ , ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି କରପଡା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଙ୍କ ସଂଯୋଜନାରେ ଆୟୋଜିତ ପଟ୍ଟା ବଣ୍ଟନ ମେଳାରେ ବିଧାୟକ  ୩୦୪ ହିତାଧିକାରୀଙ୍କୁ ୨ ୟ ଖାନା ସଂଶୋଧିତ ପଟ୍ଟା ଏବଂ ୩୩ ହିତାଧିକାରୀ ଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଥିଲେ।  ପଞ୍ଚାୟତର ବିବିଧ ସମସ୍ୟାକୁ ଯଥାଶୀଘ୍ର ସମାଧାନ ପାଇଁ ଗୁରୁତ୍ବାରୋପ କରାଯିବ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇ ଫେରିଥିଲେ। ତହସିଲଦାର ଙ୍କ ସମେତ ଅତିରିକ୍ତ ତହସିଲଦାର  , ଦେଖାଳି ରାଜସ୍ବ ନୀରିକ୍ଷକ ଅଶୋକ କୁମାର ପଣ୍ଡା , ସମିତି ସଭ୍ୟ ପ୍ରତିନିଧି ବିଶ୍ବନାଥ ପ୍ରଧାନ , ସାମାଜିକ କର୍ମୀ ରଜତ ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ