ବ୍ରହ୍ମପୁର କୁ କେବେ ମିଳିବ ମନ୍ତ୍ରୀ ପଦ
ପଞ୍ଚମଥର ପାଇଁ ଜନା ଦେଶ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଟିମରେ ଯୁବ ଓ ବରିଷ୍ଠ ନେତା ମାନଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ ଜିତି ଓଡିଶାର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଛନ୍ତି । ସେ ସାଧାରଣ ନିର୍ବାଚନ ହେଉକି ପଞ୍ଚାୟତ ନିର୍ବାଚନ ସବୁଥିରେ ସେ ସଫଳ , କିନ୍ତୁ ଗଞ୍ଜାମ ଜିଲ୍ଲା ଉପରେ ନଜର ପାକାଇଲେ କୁହାଯାଏ ଏହି ଜିଲ୍ଲା ହେଉଛି ବିଜେଡ୍ି ର ଗଡ ନିଜେ ଦଳ ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ରୁ ପ୍ରତିନିଧିତ୍ୱ କରନ୍ତି । ଜିଲ୍ଲା ରେ ଥିବା ଅନ୍ୟ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ ମିଳିଛି , କିନ୍ତୁ ଦୀର୍ଘ ବର୍ଷଧରି ବିଜୁଜନତା ଦଳ ବ୍ରହ୍ମପୁର ଆସନ କୁ ନି କବଜା ରେ ରଖିବାକୁ ସମର୍ଥନ ହୋଇଛି । କିନ୍ତୁ ଆଜି ଯାଏଁ ମନ୍ତ୍ରୀ ପଦ ପାଇବାରେ ସଫଳ ହୋଇନାହିଁ । ଏଠାକାର ଜନ ପ୍ରତିନିଧି ମାନେ ପୁଞ୍ଜାପୁଞ୍ଜା ପ୍ରତିଶୃତି ଦେଇ ଜନସାଧାରଣଙ୍କ ର ବିଶ୍ୱାସ ଭାଜନ ହୋଇଛନ୍ତି । ଜନତାଙ୍କୁ ଅନେକ ସୁନେଲି ସ୍ୱପ୍ନ ଦେଖାଇ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି । ବ୍ରହ୍ମପୁର କୁ ମହାନଗର ମାନ୍ୟତା ମିଳିଛି ସତ କିନ୍ତୁ ଅନେକ ସୁବିଧା ସୁଯୋଗ ବହୁ ଦୂରରେ । ଚଳିତ ସାଧାରଣ ନିର୍ବାଚନ ରେ କଂଗ୍ରେସ ଛାଡି ବିଜେଡିରେ ମିଶି ଥିବା ବିକ୍ରମପଣ୍ଡା ଉପରେ ଦଳ ଆସ୍ତା ପ୍ରକଟ କରି ବିଧାନ ସଭା ରେ ଲଢିବା ପାଇଁ ଟିକେଟ ଦେଇଥିଲା । ସେ ମଧ୍ୟ ତାଙ୍କୁ ସତ ପ୍ରମାଣିତ କରି ଦେଖାଇଥିଲେ । ଯୁବ ବର୍ଗ ରୁ ପ୍ରତିନିଧିତ୍ୱ କରୁଥିବା ରୁ ବ୍ରହ୍ମପୁର ବାସୀ ଆଶା ରଖିଥିଲେ ଏଥର ନିଶ୍ଟିତ ମନ୍ତ୍ରୀ ମିଳିବ । କିନ୍ତୁ ତାଙ୍କ ମନ୍ତ୍ରୀ ପଦ ନ ମିଳିବାରୁ କର୍ମୀ ମାନଙ୍କୁ ମନରେ ନିରାଶା ଖେଳିଯାଇଛି । ଯଦି ଅମେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ଉପରେ ନଜର ପକାଇବା ଜଣାଯାଏ ଏହି ନିର୍ବାଚନ ମଣ୍ଡଳି ରୁ ଚାରିଚାରି ଥର ନିର୍ବାଚିତ ହୋଇଥିଲେ ଡଃ.ରମେଶନ ଚନ୍ଦ୍ରଚାଉ ପଟ୍ଟନାୟକ । ତାଙ୍କୁ ମଧ୍ୟ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ହେବାର ସୈାଭାଗ୍ୟ ମିଳିନଥିଲା । ଏବେ ଦେଖିବା କେବେ ବ୍ରହ୍ମପୁର କୁ ମନ୍ତ୍ରୀପଦ ମିଳୁଛି ।