ଚୀନରେ ବାହାରିଲା କୋରୋନା ପାଇଁ ସୁରକ୍ଷା କବଚ!

ବେଜିଂ: କୋରୋନା ଭାଇରସ ବିଶ୍ବରେ ମହାମାରୀର ରୂପ ନେଇଛି। ତେବେ କୋଭିଡ-୧୯କୁ ମୁକାବିଲା କରିବାରେ ଚୀନ ଏକ ପ୍ରକାର ସଫଳତା ହାସଲ କରିଥବା ଦାବି କରିଛି। କାରଣ ଚୀନରେ ଏବେ ପୂର୍ବଭଳି ଆଉ ମୃତ୍ୟୁ ଓ ସଂକ୍ରମିତ ସଂଖ୍ୟା ବଢ଼ି ନାହିଁ। କିନ୍ତୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ଚୀନର ବୈଜ୍ଞାନିକମାନେ କ’ଣ ପୂର୍ବରୁ ହିଁ କୋରୋନା ଭାଇରସ ମହାମାରୀ ସହ ଲଢ଼ିବାକୁ ଅସ୍ତ୍ର ବିକଶିତ କରିସାରିଥିଲେ? ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକମାନେ ଏଭଳି ଏକ ନାନୋମ୍ୟାଟେରିଆଲକୁ ବିକଶିତ କରିଛନ୍ତି, ଯାହାକି କୋଭିଡ-୧୯କୁ ସକ୍ରିୟ ହେବାକୁ ଦେବ ନାହିଁ। ରିପୋର୍ଟ ଅନୁସାରେ, ଚୀନ ବୈଜ୍ଞାନିକଙ୍କ ଏକ ଟିମ କୋଭିଡ-୧୯ ରୋଗର ମୂଳୋତ୍ପାଟନ ପାଇଁ ନୂଆ ଶୈଳୀ ବିକାଶ କରିବା ଦାବି କରିଛନ୍ତି। ଏହା କୌଣସି ଔଷଧ ନୁହେଁ। ବରଂ ଏହା ଏକ ନାନୋମ୍ୟାଟେରିଆଲ। ଚୀନର ଖବରକାଗଜରେ କୁହାଯାଇଛି ଯେ, ତାଙ୍କ ଦେଶର ବୈଜ୍ଞାନିକମାନେ କୋରୋନା ଭାଇରସ ମୁକାବିଲା କରିବାରେ ଏକ ନାନୋମ୍ୟାଟେରିଆଲ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କୋଭିଡ-୧୯ ଭାଇରସ ୯୬.୫ରୁ ୯୯.୯ ପ୍ରତିଶତ ଅବଶୋଷିତ ଓ ନିଷ୍କ୍ରିୟ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ