ରାତିରେ ସିଟି ମାରିବା ଅଶୁଭ

ରାତିରେ ସିଟି ମାରିବା ଅଶୁଭ
ରାତିରେ ସିଟି ମାରିବା ଅଶୁଭ
କେବେ କେବେ ସିଟି ବଜାଇ ବଡ଼ଙ୍କଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ । ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ । ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି । ହେଲେ ଯେଉଁମାନେ ପାଟିରେ ଆଙ୍ଗୁଠି ରଖି ସିଟି ମାରନ୍ତି ସେମାନଙ୍କର ଗାଲର ଗଠନ ଖରାପ ହୋଇଯାଇଥାଏ ବୋଲି କୁହାଯାଏ । ଏହା ବ୍ୟତୀତ ଅଧିକ ସମୟ ସିଟି ମାରିଲେ ଏହା ଫୁସ୍ଫୁସ୍ ଉପରେ କୁପ୍ରଭାପ ପକାଇଥାଏ ବୋଲି କୁହାଯାଏ । ଯଦି କୌଣସି ଗୀତର ରେକର୍ଡିଂ କରିବା ପୂର୍ବରୁ କେହି ସିଟି ମାରୁଛନ୍ତି ତେବେ ଏହା ଭଲ ବୋଲି କୁହାଯାଏ । କିନ୍ତୁ ରାତିରେ ସିଟି ମାରିବା ଆଦୌ ଭଲ ନୁହେଁ ବୋଲି କୁହାଯାଏ । ଅନେକ ଲୋକଙ୍କର ବିଶ୍ୱାସ ରହିଛି ଯେ ଘରେ ଓ ରାତିରେ ସିଟି ମାରିଲେ ଧନହାନୀ ହୋଇଥାଏ । ସେହିପରି ସିଟି ମାରିଲେ ପାଖରେ ଥିବା ଲୋକ ଅନ୍ୟମନସ୍କ ହେବା ସହ ଅଜଣା ବିପଦ ମାଡ଼ିଆସେ ବୋଲି କୁହାଯାଏ । ରାତିରେ ସିଟି ମାରିଲେ ଖରାପ ଆତ୍ମା ସକ୍ରିୟ ହୋଇଥାଆନ୍ତି । ପ୍ରଥମେ ଏହା ଜାପାନରେ ପ୍ରଚଳିତ ଥିବାବେଳେ ଏବେ ଏହା ଭାରତରେ ମଧ୍ୟ ପ୍ରଚଳିତ ଅଛି । ଭାରତରେ ରାତିରେ ସିଟି ମାରିବା ଅର୍ଥ ଅଶୁଭ ସଙ୍କେତ ଓ ସାପକୁ ନିମନ୍ତ୍ରଣ କରିବା । ଆଉ କେତେକ ମତ ଦିଅନ୍ତି ସିଟି ମାରିବା ଦ୍ୱାରା ଶନି ଦେବ ଓ ଭୈରବ ଅସନ୍ତୁଷ୍ଟ ହୋଇଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ