ଦିଲ୍ଲୀରେ ପୁଣି ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍ସିଆରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀଠାରେ ପୁଣି ଜଣେ ଡାକ୍ତରଙ୍କଠାରେ କରୋନା ପଜିଟିଭି ମିଳିଛି । ତେବେ ଏହି ଡାକ୍ତର ଜଣକ କୌଣସି କରୋନା ରୋଗୀଙ୍କ ଚିକିତ୍ସା କରୁନଥିବାବେଳେ ସେ ବାହାରକୁ ଯାତ୍ରା ମଧ୍ୟ କରିନଥିଲେ । ଡାକ୍ତରଜଣକ ଦିଲ୍ଲୀର କ୍ୟାନସର୍ ଇନ୍ଷ୍ଟିଚ୍ୟୁଟ୍ରେ କାମ କରୁଥିଲେ । ତେବେ ଡାକ୍ତର ଜଣକ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ, ଯିଏ ୟୁକେର ଫେରିଥିଲେ । ଡାକ୍ତର ଜଣକ କାମ କରୁଥିବା କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍କୁ ବନ୍ଦ କରାଯାଇ ସାନିଟାଇଜେସନ୍ କରାଯାଉଛି ।
ପୂର୍ବରୁ ମୋହଲ୍ଲା କ୍ଲିନିକ୍ର ଦୁଇ ଡାକ୍ତରଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଗୌତମବୁଦ୍ଧ ନଗରର ଓ ନୋଏଡାରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୌତମ ବୁଦ୍ଧ ନଗରରେ କରୋନା ପୀଡ଼ିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୭ଟି ନୂଆ ମାମଲା ଆସିଛି । ରାଜଧାନୀ ଦିଲ୍ଲୀରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି । ଏଥିରୁ ୨୪ ଜଣ ନିଜାମୁଦ୍ଦିନ୍ ତବଲିଗ୍ ଜମାତରେ ଉପସ୍ଥିତ ରହିଥିଲେ ।


