ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ସମ୍ବର୍ଦ୍ଧିତ ହେଲେ ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଓ ଯୁବ ପ୍ରତିଭା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲ୍ଚର ଓ ଧଉଳି •ରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଚତୁର୍ଥ ଜାତୀୟ କଳା ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଧଉଳି କ୍ରାଫ୍ଟ ବଜାର ନିକଟସ୍ଥ ମହାବିଦ୍ୟାଳୟର ପ୍ରଦର୍ଶନୀ ଗୃହରେ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶଚନ୍ଦ୍ର କାନୁନ୍ଗୋ ଓ ଟୁନେନ୍ଦ୍ର ପଟ୍ଟନାୟକ ଅତିଥି ରୂପେ ପ୍ରଦର୍ଶନୀକୁ ଶୁଭ ଉଦ୍ଘାଟନ କରିବା ସହ ଧଉଳି •ରୁକଳା ମହାବିଦ୍ୟାଳୟ ଇଫାକ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ୨୨ଟି ରାଜ୍ୟରୁ ମୋଟ ୧୫୦ଟି ଚିତ୍ର, ଭାସ୍କର୍ଯ୍ୟ, ମୁଦ୍ରଣ କଳା ଓ ଡ୍ରଇଁ ପ୍ରଦର୍ଶିତ ହୋଇଅଛି । ଏଥିରେ କୃତି ଶିଳ୍ପୀମାନଙ୍କୁ ଆସନ୍ତା ଜୁନ୍ ୫ ତାରିଖରେ ସମ୍ବର୍ଦ୍ଧିତ କରାଯିବ । ଉଦ୍ଘାଟନୀ ଉତ୍ସବରେ ଚଳିତ ବର୍ଷ ଓଡ଼ିଶାରାୁ କେନ୍ଦ୍ର ଲଳିତକଳା ଏକାଡ଼େମୀ ପୁରସ୍କାର ପାଇଥିବା ଭାସ୍କର୍ଯ୍ୟରେ ଚନ୍ଦନ କୁମାର ସାମଲ ଓ ଚିତ୍ରରେ ଜୟା ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍ଗୋ ତଥା ଯୁବ ଭାସ୍କର୍ଯ୍ୟ ଶିଳ୍ପୀ କାନ୍ତକିଶୋର ମହରଣା, ଚିତ୍ରଶିଳ୍ପୀ ଜୟଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମିହିରକାନ୍ତ ପ୍ରହରାଜ ଓ ଡଃ ହୃଷିକେଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ପ୍ରଦିପ୍ତ ଦାସ ଅନୁଷ୍ଠାନର ଆଭିମୁଖ୍ୟ ଦର୍ଶାଇଥିବା ବେଳେ ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ କାନୁନ୍ଗୋ, ପ୍ରଦୀପ ପାତ୍ର, ସୁଶାନ୍ତ କୁମାର ସିଂ ସାମନ୍ତ, ମାନସ ରଞ୍ଜନ ନାୟକ, ଦେବବ୍ରତ ଦେ ପ୍ରମୁଖ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ •ଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।