ନଦୀରୁ ବୃଦ୍ଧଙ୍କ ମୃତଦେହ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମ ଶ୍ମଶାନ ନିକଟ ବାହୁଦା ନଦୀ ରୁ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଜଣେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୋଳିପେଣ୍ଠ ଗ୍ରାମର ବୃନ୍ଦାବନ ପାତ୍ର (୮୧)। ବୃନ୍ଦାବନ ଗାଁ ନିକଟ ବାହୁଦା ନଦୀକୁ ଗାଧୋଇବାକୁ ଯାଇ ରବିବାର ଭୋର ରୁ ନିଖୋଜ ଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ତାଙ୍କ ମୃତଦେହ ନଦୀ ରେ ଭାସୁଥିବା କିଛି ଗ୍ରାମବାସୀ ଦେଖିବା ପରେ ପୋଲିସ କୁ ଜଣାଇଥିଲେ। ଖବରପାଇ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ରୁ ଅସାବଧାନତା କାରଣରୁ ସେ ଗଭୀର ପାଣି ରେ ବୁଡ଼ି ଯାଇଥିବା ଜଣାପଡିଥିଲା। ବୃନ୍ଦାବନ ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ କେ.ନୂଆଗାଁ ଥାନାରେ ଏତଲା ହେବାପରେ ଅପମୃତ୍ୟୁ ମାମଲା ନଂ.୧୫/୨୬ ଅନୁଯାୟୀ ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।


