ଚାରି ରାଜ୍ୟର ବିଜେପି ଅଧ୍ୟକ୍ଷ ପଦ ଖାଲି ପଡିଛି

ସରିଛି ସାଧାରଣ ନିର୍ବାଚନ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ର ରେ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ମନ୍ତ୍ରୀ ମଣ୍ଡଳ ଗନ ହୋଇସାରିଛି । ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରର ଗୃହମନ୍ତ୍ରୀ ହୋଇସାରିବା ପରେ କିଏ ହେବ ବିଜେପିର ନୂଆ ମଙ୍ଗୁଆଳ ତାକୁ ନେଇ ବିଜେପି ଶିବିରରେ ଚାଲିିଛି ଜୋରଦାର ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ ବିଜେପି ର କେତେକ ସାଂଗଠନିକ ପଦବୀ ଏବେ ଖାଲି ପଡିଛି । ତା ସହିତ ୪ ଟି ରାଜ୍ୟ ର ପ୍ରଦେଶ ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇ ସାରିବା ପରେ ୪ଟି ରାଜ୍ୟ ର ସଭାପତି ପଦବୀ ଖାଲି ପଡିଛି । ପାର୍ଟି ର ନିୟମ ଅନୁସାରେ ଗୋଟିଏ ବ୍ୟକ୍ତି ଗୋଟିଏ ପଦବୀ ରେ ରହିବେ ସେହି ଅନୁସାରେ ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ମହିନ୍ଦ୍ରପାଣ୍ଡେ ଦକ୍ଷତା ବିକାଶ ମନ୍ତ୍ରୀ ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଙ୍କୁ ପ୍ରଦେଶ ସଭାପତି କରାଯିବ ବୋଲି ଶୁଣାଯାଉଛି । ବିଜେପି ଅଧ୍ୟକ୍ଷ ନିତ୍ୟାନନ୍ଦ ରାୟ ଗୃହରାଜ୍ୟ ମନ୍ତ୍ରୀ ହେବା ପରେ ରାଧାମହୋନ ସିଂ କୁ ବିହାରର ନୂତନ ସଭାପତି ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ତେଲେଙ୍ଗେନା ବିଜେପି ଅଧ୍ୟକ୍ଷ କିଶନ ରେଡ୍ଡି ସେ ମଧ୍ୟ ଗୃହରାଜ୍ୟ ମନ୍ତ୍ରୀ ହେବାପରେ ପ୍ରଦେଶ ଅଧ୍ୟକ୍ଷ ପଦ ଛାଡିବେ । ଅନ୍ୟପଟେ ମହାରଷ୍ଟ୍ର ର ପ୍ରଦେଶ ଅଧ୍ୟକ୍ଷ ରାଓ ସାହେବ ଦାନବେ ଖାଉଟି କଲ୍ୟାଣ ରାଜ୍ୟ ମନ୍ତ୍ରୀ ହେବାପରେ ସେ ପ୍ରଦେଶ ଅଧ୍ୟକ୍ଷ ପଦ ଛଡିବେ ବୋଲି ଚର୍ଚ୍ଚା ହେଉଛି । ତା ସହିତ ପୂର୍ବତନ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟ ବର୍ଦ୍ଦନ ସିଂ ରାଠୋର । ରାଜସ୍ଥାନ ର ନୂତନ ବିଜେପି ଅଧ୍ୟକ୍ଷ ହେବେ ବୋଲି ଜଣ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ