କାଠଯୋଡି ନଦୀ ପଠାରୁ ଅଧାପୋତା ମହିଳାଙ୍କ ମୃତଦେହ ଉଦ୍ଧାର
କଟକ, (ଓ୍ବାଇଏନଏସ) : ହତ୍ୟା କରି ମହିଳାଙ୍କ ମୃତଦେହକୁ ପୋତିଦେଲେ। କଟକ କାଠଯୋଡି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଲୋକମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ବାରଙ୍ଗ ଥାନା ପୋଲିସ।


