ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ କାର୍ଯ୍ୟ, ଲମ୍ବିତ ମାମଲା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା। ଏଥିସହିତ ବିଭିନ୍ନ ଯୋଜନା ଅଧିନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ସେହିପରି ପଞ୍ଚାୟତିରାଜ ବିଭାଗ ସହ ସମନ୍ୱୟ, କାର୍ଯ୍ୟର ଅଗ୍ରଗତି ଓ ସମ୍ମୁଖିନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକର ସମୀକ୍ଷା କରାଯାଇଥିଲା। ସ୍କୁଲ ପୋଷାକ ବଣ୍ଟନର ଅଗ୍ରଗତି ଏବଂ ସମ୍ପୃକ୍ତ ସମସ୍ୟାଗୁଡ଼ିକର ସମୀକ୍ଷା କରାଯାଇଥିଲା। ଲମ୍ବିତ ପେନସନ ମାମଲାର ଯଥାଶୀଘ୍ର ସମାଧାନ ଏବଂ ପୂର୍ବରୁ ପ୍ରାପ୍ତ ଅଭିଯୋଗଗୁଡ଼ିକର ତୁରନ୍ତ ନିଷ୍ପତ୍ତିି ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବୈଠକରେ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି, ଲକ୍ଷ୍ୟ ନିର୍ଦ୍ଧାରଣ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ସହିତ ସମସ୍ତ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାପନ,ଭିତିଭୂମି ବିକାଶ, ଆନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ଯୋଜନା ଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତା୍ୱରୋପ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡିପିସି ମିଶନ ଶକ୍ତି ଆରତୀ ସାହୁଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଶିକ୍ଷା ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ