ସ୍ବାବଲମ୍ବୀ କାରିଗର ଏବଂ ପମ୍ପ୍ ଚାଳକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ସ୍ବାବଲମ୍ବୀ କାରିଗର ଏବଂ ପମ୍ପ୍ ଚାଳକ ସଂଘ ତରଫରୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ବାବଲମ୍ବୀ କାରିଗର ଏବଂ ପମ୍ପ ଚାଳକମାନଙ୍କ ସୂଚନା ପ୍ରକାରେ ସେମାନେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରେ ଦୈନିକ ଦଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ କାମ କରିବା ସହିତ ଗ୍ରାମ ଗୁଡିକରେ ସ୍ଥାପିତ ନଳକୂଅ ଗୁଡ଼ିକର ମରାମତି ମଧ୍ୟ କରିଥାନ୍ତି। ସେମାନେ ୨୦୦୨ ମସିହାରୁ ଏହି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସକାଶେ ସେମାନେ ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରରେ ସେମାନଙ୍କୁ ସର୍ବନିମ୍ନ ମଜୁରିରେ ଅନ୍ତର୍ଭୁକ୍ତ କରାଯିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ ଏବଂ ମେଗା ଜଳ ଯୋଗାଣ ପ୍ରକଳ୍ପରେ ନିଯୁକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଜି ସ୍ବାବଲମ୍ବୀ କାରିଗର ଓ ପମ୍ପ ଚାଳକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ବ୍ଳକ୍ ସଭାପତି ଭଗବାନ ବେହେରା, ସମ୍ପାଦକଅଶୋକ କୁମାର ପାଣିଗ୍ରାହୀ, ପ୍ରସନ୍ନ କୁମାର ପ୍ରଧାନ, ଘନଶ୍ୟାମ ନାହାକ, ଗନ୍ଧି ଗୌଡ଼, ଚନ୍ଦ୍ର ଶେଖର ଗୌଡ଼, ବୁଲୁ ପାଣିଗ୍ରାହୀ, ନାରାୟଣ ବିଶ୍ଵାଳଙ୍କ ସମେତ ଜିଲ୍ଲା ଏବଂ ବ୍ଳକ୍ କମିଟିର ସଦସ୍ୟମାନେ ସୋରଡ଼ା ବିଧାୟକ ବିଷୋୟୀଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ