ହିଂଜିଳି ଥାନା ଇଲାକାରେ ସପ୍ତାହେ ଧରି ଚାଲିଛି ସିରିଏଲ ଲୁଟ

ହିଂଜିଳିକାଟୁ, (ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ହିଂଜିଳି ଥାନା ଇଲାକାରେ ଗତ ସପ୍ତାହେ ଧରି ଚାଲିଛି ସିରିଏଲ ଲୁଟ । ଲୁଟେରା ମାନେ ସ୍ଥାନୀୟ ପୁଲିସ ପ୍ରଶାସନକୁ ଚକମା ଦେକାଇ ଗୋଟାକ ପରେ ଗୋଟାଏ ଲୁଟ କରି ଫେରାର ହୋଇ ଯାଉଥିବା ବେଳେ ଲୁଟେରାଙ୍କୁ କାବୁ କରିବାରେ ସ୍ଥାନୀୟ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇପଡ଼ିଛି । ଯଦ୍ୱାରା ସ୍ଥାନୀୟ ପୁଲିସ ପ୍ରଶାସନ ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସ ତୁଟିବାରେ ଲାଗିଛି । ସୋମବାର ରାତି ପ୍ରାୟ ସାଢେ ୯ ଟାରେ ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ୧୦୮ ଆମ୍ବୁଳାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠରୁ ଳୁଟ ହୋଇଛି । ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ହିଂଜିଳିକାଟୁରେ ରହିଥିବା ୨ ଟି ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଯାଇଥିବା ବେଳେ ଲୁଟେରା ମାନେ ଆମ୍ବୁଳାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠ ଗେଟର ତାଲା ଭାଙ୍ଗି ପ୍ରକୋଷ୍ଠ ମଧ୍ୟରୁ ଗୋଟିଏ ଗ୍ୟାସ ସିଲିଣ୍ଡର, ପ୍ରାୟ ୧୨ ହଜାର ଟଙ୍କା, ମୋବାଇଲ ଫୋନ, ରସ ଡ଼ିକିଚି ସମେତ ଅନ୍ୟାନ ଆସବାବ ପତ୍ର ଚୋରୀ କରି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ରାତି ପ୍ରାୟ ସାଢେ ୯ ଟାରେ ୧୦୮ ଆମ୍ବୁଲାନ୍ସଟି ନିଜର ବେସ ଲୋକେସନରେ ପଂହଚିବା ପରେ କାର୍ଯ୍ୟରତ କର୍ମଚାରୀ ମାନେ ରୁମ ଗେଟ ତାଲା ଭାଙ୍ଗିଥିବା ଦେଖିବା ସହ ପ୍ରକୋଷ୍ଠ ମଧ୍ୟରୁ ଚୋରୀ ହୋଇଥିବା ଜାଣିପାରି ହିଂଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ଟିମ ଘଟଣା ସ୍ଥଳରେ ପଂହଚି ତଦନ୍ତ କରି ଫେରିଥିଲେ । ସେହିପରି ରବିବାର ବିଳମ୍ବିତ ରାତିରେ ହିଂଜିଳି ଥାନା ସୋମପୁର ଗ୍ରାମର ସୁରେନ୍ଦ୍ର ଗୌଡ଼ଙ୍କ ଘର ସମ୍ମୁଖରୁ କୌଣସି ଲୁଟେରା ୫ଟିି ମେଣ୍ଢା ଚୋରୀ କରି ନେଇଯାଇଛି । ଏ ନେଇ ସୁରେନ୍ଦ୍ର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ସ୍ଥାନୀୟ ଥାନା ବି. ନୂଆଁପଲ୍ଲୀ ଓ ନିକଟସ୍ଥ ଗ୍ରାମାଂଚଳ ସମେତ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ର ବହୁ ଲୋକଙ୍କ ଘରେ ପଶି ଲୁଟେରା ମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରୀ କରି ଫେରାର ହୋଇଯିବାରେ ସକ୍ଷମ ହେଉଛନ୍ତି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଗତ କିଛି ଦିନ ଧରି ଲୁଟେରା ମାନେ ସକ୍ରିୟ ହୋଇପଡ଼ିବା ସହ ପୁଲିସ ପ୍ରଶାସନକୁ ଚ୍ୟାଲେଂଜ କରି ଗୋଟାକେ ପରେ ଗୋଟାକ ଲୁଟ କରିବାରେ ସକ୍ଷମ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ଗତ କିଛି ଦିନ ଧରି ସିରିଏଲ ଲୁଟ ଘଟଣା ପରେ ପୁଲିସର ପାରିବାପଣ ପ୍ରତି ଅଙ୍ଗୁଳି ଉଠିଛି । ପ୍ରକାଶ ଥାଉକି, ୩୧ ତାରିଖ ରାତିରେ ହିଂଜିଳି ଥାନା ସିକିରି ଗ୍ରାମର ଗୋପାଳ ପଣ୍ଡାଙ୍କ ଘରର ବାରିପଟ କବାଟ ତାଡ଼ି ୨୨ ଭରି ଓଜନର ସୁନା ଅଳଙ୍କାର ସମେତ ୧୫ ହଜାର ଟଙ୍କା ଓ ଅନ୍ୟାନ ଦାମୀ ଆସବାବ ପତ୍ର ଲୁଟ କରି ନେଇ ଯାଇଥିଲେ । ସେହିପରି ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପଥରପୁଂଜି ଗ୍ରାମରୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ବାହାନ ଦାସଙ୍କ ବାସଭବନରୁ ସୁନା ଓ ରୂପା ଅଳଙ୍କାର ସମେତ ୪୫ ହଜାର ଟଙ୍କା ଓ ଅନ୍ୟାନ ଘଣକରଣା ସମଗ୍ରୀ ଚୋରୀ କରିଥିଲେ । ୧ ତାରିଖ ରାତିରେ ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ ଘରୁ ୬ ଭରି ଓଜନର ସୁନା ଅଳଙ୍କାର ଲୁଟ ହୋଇଥିଲା ।ସ୍ଥାନୀୟ ଥାନା ଅଂଚଳରେ ସିରିଏଲ ଲୁଟ ପରେ ପୁଲିସ ଆଖିରୁ ନିଦ ହଜିଯାଇଛି । ସ୍ଥାନୀୟ ଥାନା ଅଂଚଳରୁ ବାରମ୍ବାର ଲୁଟ ପରେ ଲୁଟେରାଙ୍କକବଜାରେ ହିଂଜିଳି ଥାନା ବୋଲି ସାଦାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ