ଅସମୟରେ ସହାୟତାର ହାତ ବଢାଇଲା ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟ
କେନ୍ଦ୍ରାପଡା : ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରିିରହିଥିବା ବେଳେ ଗରିବ ଓ ଦିନମଜୁରିଆ ଓ ଅସହାୟମାନଙ୍କୁ ଅସମୟରେ ସହାୟତାର ହାତ ବଢାଇଛି ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । ଜିଲ୍ଲାର ଅଗ୍ରଣୀ ସେବା ସଂସ୍ଥା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟ ପୋଷକ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସଙ୍କ ଅନୁରୋଧକ୍ରମେ ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତି ଓ ପୂର୍ବତନ ସରପଂଚ ଚିତ୍ତରଞ୍ଜନ ଦାସ ଆଜି ଭରତପୁର ଓ ଶ୍ୟାମସୁନ୍ଦରପୁର କେନାଲବ୍ରିଜ ତଳେ ରହୁଥିବା ଗରୀବ ତଥ୍ା ଦିନମଜୁରିଆ ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଅଟା,ଚୁଡା ପ୍ରଭୃତି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଲକଡାଉନ ଥିବା ଯାଏ ଜିଲ୍ଲାର ବିଭିନ୍ନ ଅଚଂଳରେ ଗରିବ ଲୋକମାନଙ୍କୁ ବଂଟନ କରାଯିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।