ପୋଷ୍ଟାଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଭତ୍ତାହିତାଧିକାରୀଙ୍କୁ ଘରେ ଭତ୍ତା ପ୍ରଦାନ
କେନ୍ଦ୍ରାପଡା : ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭତ୍ତା ହିତାଧିକାରୀଙ୍କ ଡାକଘର ଜମାଖାତାରେ ଜମାକରାଯାଇଥିବା ୪ମାସର ବାର୍ଦ୍ଦକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଜି ହିତାଧିକାରୀମାନଙ୍କୁ ସେମାନଙ୍କ ଘରେ ପୋଷ୍ଟାଲ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ଦ୍ୱାରା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତରେ ଏକଶହରୁ ଉର୍ଦ୍ଧ୍ୱ ବିଭିନ୍ନ ଭତ୍ତା ହିତାଧିକାରୀମାନଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ବଣ୍ଟନ କରାଯାଇଛି । ଏଥିସହିତ ସେହି ପଞ୍ଚାୟତର ଦିନମଜୁରିଆ ତଥା ଗରୀବ ଲୋକମାନଙ୍କୁ ପୋଷ୍ଟାଲ ପେମେଣ୍ଟସ ବ୍ୟାଙ୍କ ଶାଖା ପକ୍ଷରୁ ଶୁଖିଲା ଖାଦ୍ୟ ଅଟା,,ବିସ୍କୁଟ,ବ୍ରେଡ, ସାବୁନ ଓ ମିନେରାଲ ୱାଟର ବୋତଲ ପ୍ରମୁଖ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଷ୍ଟାଲ ପେମେଣ୍ଟସ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ପ୍ରିତିଶ କୁମାର ସ୍ୱାଇଁ,ମୁଖ୍ୟ ଡାକଘରର ମୁଖ୍ୟ ପୋଷ୍ଟମାଷ୍ଟର ନୃସିଂହ ଚରଣ ମିଶ୍ର,ଡାକବିଭାଗର ସହକାରୀ ଅଧିକ୍ଷକ ଦେବାଶିଷ ଶତପଥୀ,ଡାକବିଭାଗର ଇନିସପେକ୍ଟର ତପନ କୁମାର ଷଡଙ୍ଗୀ,ମୁଖ୍ୟ ଡାକଘରର ସହକାରୀ ପୋଷ୍ଟମାଷ୍ଟର ଶାରଦା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


