ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଦାନ
ଭୁବନେଶ୍ୱର: ସମାଜର ଅସହାୟ କର୍କଟ ରୋଗରେ ପୀଡ଼ିତ, ପିଡ଼ିତାମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ଭଙ୍ଗାଯାଇଛି । ସେଥିରୁ ବାହାରିଥିବା ମୋଟ ୧୨ ହଜାର ଟଙ୍କା କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍କୁ ପ୍ରଦାନ କରାଯାଇଛି । ସୂଚନାଥାଉ କି କଳ୍ପନା ଛକଟୋକା ସଂଘର ସମାଜମଙ୍ଗଳ ହୁଣ୍ଡିରୁ ବହୁ ଅସହାୟ କର୍କଟ ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ୱରର କଳ୍ପନା ଛକଟୋକା ସଂଘ ଅନେକ ସାମାଜିକ କାର୍ଯ୍ୟ ପାଇଁ ସର୍ବଦା ତତ୍ପର ଥାଏ । ଆଜି ସଂଘର ଅଳ୍ପ କିଛି ସଭ୍ୟସଭ୍ୟା ଷ୍ଟେସନ ବଜାର ଦୁର୍ଗା ମଣ୍ଡପଠାରେ ସଂଘର ଉପଦେଷ୍ଟା ତଥା ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ଉପସ୍ଥିତିରେ ହୁଣ୍ଡି ଭଙ୍ଗା ଯାଇଥିଲା । ହୁଣ୍ଡିକୁ ଭାଙ୍ଗିଥିଲେ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତି ଓ ଦେବାଶିଷ ଜେନା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଧୀରେନ୍ ରାଉତରାୟ, ଉପସଭାପତି ପବିତ୍ର ଗଜେନ୍ଦ୍ର, ସଂପାଦକ ଶିବ ଶଙ୍କର ଡାକୁଆ, କୋଷାଧ୍ୟକ୍ଷ ଅରୁଣ ଜେନା, ସାମାଜିକକର୍ମୀ ବନ୍ଦନା ହରିଚନ୍ଦନ, ଲଗ୍ନଦୀପା ମିଶ୍ର, ସୁମିତ୍ରା ପ୍ରଧାନ, ସଂଘର ସଭ୍ୟ ତନ୍ମୟ ସାମନ୍ତରାୟ, ସଂଜୟ ପରିଡ଼ା, ସନ୍ତୋଷ ପଣ୍ଡା, ବିବେକ କୁମାର ସ୍ୱାଇଁ, ବିମଲ ପ୍ରଧାନ, ଅରୁଣ ସାହୁ, ଜେ ଭରତ କୁମାର ପ୍ରମୁଖ ସରକାରଙ୍କ ନିୟମକୁ ପାଳନ କରି ସାମାଜିକ ଦୂରତାର ସହ ହୁଣ୍ଡିଦାନ କାର୍ଯ୍ୟକ୍ରମ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା ।


