ଛତ୍ରପୁର ବ୍ଲକକୁ ଆଦର୍ଶ ବ୍ଲକ ଭାବେ ଗଢିତୋଳିବାକୁ ଆହ୍ୱାନ- ବିଧାୟକ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ଆଜି ଛତ୍ରପୁର ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଶ୍ରୀ ବେହେରାଙ୍କୁ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ସମେତ ସମସ୍ତ ସରପଞ୍ଚ / ସମିତି ସଭ୍ୟ ଓ ପଞ୍ଚାୟତ ପ୍ରତିନିଧୀ ମାନେ ମିଳିତ ଭାବେ ବ୍ଲକ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ପାଖରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ବ୍ଲକ ଅଧ୍ୟକ୍ଷଙ୍କ ନିଜସ୍ୱ ପ୍ରକୋଷ୍ଠଙ୍କୁ ଆଣିଥିଲେ । ସେଠାରେ ବ୍ଲକର ସମସ୍ତ ସରପଞ୍ଚ / ସମିତି ସଭ୍ୟ ,ଜନପ୍ରତିନିଧି ମାନେ ଜଣେ ଜଣେ କରି ବିଧାୟକ ଶ୍ରୀ ବେହେରା ଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଜନପ୍ରତିନିଧୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା ଧନ୍ୟବାଦ ଦେବା ସହ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଲେ ଛତ୍ରପୁର ବ୍ଲକକୁ ଏକ ଆଦର୍ଶ ବ୍ଲକ ରୂପେ ପରିଣତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । । ପରେ ବ୍ଲକ ଅଧ୍ୟକ୍ଷ ପ୍ରକୋଷ୍ଠ ରୁ ବିଧାୟକ ଶ୍ରୀ ବେହେରାଙ୍କୁ ବ୍ଲକ ବିଡିଓଙ୍କ ସମେତ ସମସ୍ତ କର୍ମଚରାୀ ମାନେ ଉପସ୍ଥିତ ରହି ମହିଳା କର୍ମଚାରୀ ହୁଳୁ ହୁଳି ସହ ଫୁଲ ଚନ୍ଦନ ଦେଇ ନବ ନିର୍ବାଚିତ ବିଧାୟକଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବ୍ଲକ ସଭାଗୃହ ନିକଟ କୁ ପାଛୋଟି ନେଇଥିଲେ । ସେଠେôର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଏବିଡିଓ ପ୍ରଦୀପ କୁମାର ପଣ୍ଡା ଓ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ ବହୁ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପରେ ସଭା ଗୃହ ପରିସରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ଏବଂ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ପୈାରହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲ।। ପ୍ରାରମ୍ଭ ଏବିଡିଓ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବିଡିଓଙ୍କ ଠାରୁ ଆରମ୍ଭ ସମସ୍ତ ଲାଇନଡିପାଟମେଣ୍ଟ କର୍ମଚାରୀ ନବ ନିର୍ବାଚିତ ବିଧାୟକଙ୍କୁ ନିଜ ନିଜର ପରିଚୟ ପ୍ରଦାନ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ଏହାପରେ ଏକ ବ୍ଲକର ଉନ୍ନୟନ ନେଇ ଏକ ସମୀକ୍ଷା ବୈଠକ ଅଧ୍ୟକ୍ଷ ଶ୍ରୀରେଡ୍ଡୀ ଅଧ୍ୟକ୍ଷତାରେ ହୋଇଥିଲ।। ଏଥିରେ ବିଧାୟକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ୪-ଟି ସୂତକ୍ରୁ ଟିମ୍ୱାର୍କ, ଟ୍ରାନ୍ସଫରେନ୍ସି, ଟେକ୍ନୋଲୋଜି ଓ ଟାଇମ୍ (ସମସ୍ତଙ୍କୁ ନେଇ କାମ କରିବା, ସ୍ୱଚ୍ଛତା ରକ୍ଷା କରିବା, ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ଓ ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପନ୍ନ କରିବା) ଉପରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱ ଦେବା । ଚଳିତ ୫ ବର୍ଷ ମଧ୍ୟରେ ସଦାସର୍ବଦା ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ ତେବେ ଏହି ବ୍ଲକ ଜିଲ୍ଲା ତଥା ରାଜ୍ୟରେ ଏକ ନମ୍ବର ବ୍ଲକ ଭାବେ ଦଣ୍ଡାୟନ କରି ପାରିବା ବୋଲି ବ୍ଲକ ପ୍ରଶାସନିକ ଏବଂ ଲାଇନ୍ ବିଭାଗ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଆଚରଣ ବିଧି ପାଇଁ ଶୀଥିଳତା ଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବାକୁ ହେବ । ଅଧାପନ୍ତରିଆ କାମ ତୁରନ୍ତ ଶେଷ କରିବା ସହ ନୂତନ ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରି ନିର୍ଧାରିତ ସମୟରେ ଶେଷ କରିବା । ସମସ୍ତ ଗ୍ରାମରେ ଯେପରି ପାନୀୟ ଜଳ ଯୋଗାଣ ଠିକ୍ ଭାବେ ଚାଲିବ ସେଥିପ୍ରତି ଗୁରୁତ୍ୱ ଦେବା,ରାସ୍ତାଘାଟ ନିର୍ମାଣ ଓ ମରାମତି, ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା, ବର୍ଷା ଦିନ ପୂର୍ବରୁ କେନାଲ ମରାମତି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ବିଭିନ୍ନ ଯୋଜନାରେ ବାକି ରହିଥିବା ହିତାଧିକାରୀଙ୍କୁ ଭତ୍ତା ଯୋଗାଇବା, ଖାଉଟି କାର୍ଡରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇବା, ବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସହିତ ଆନୁଷଙ୍ଗିକ କାର୍ଯ୍ୟ ଗୁଡିକ ସମାଧାନ କରିବା, ବ୍ୟାପକ ବୃକ୍ଷରୋପଣ, ଓଡିଶା ଜାବିକା ମିସନ୍ ଯୋଜନାରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ସଶକ୍ତିରଣକୁ ତ୍ୱରାନ୍ୱିତ କରିବା, ମାତୃ ଓ ଶିଶୁ ବିକାଶ ପ୍ରକଳ୍ପ ଯୋଜନାରେ ମାଆ ଓ ଶିଶୁଙ୍କ ଠାରେ ପହଞ୍ଚିବା ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭା ତଥା ସମୀକ୍ଷା ବୈଠକରେ ବ୍ଲକ ନିର୍ବାହୀଯନ୍ତ୍ରୀ ନୀରଞ୍ଜନ ପଣ୍ଡା, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ ଓ ଶଶାଙ୍କ ଶେଖର ପାଢୀ, କନିଷ୍ଠଯନ୍ତ୍ରୀ ମନୋରଂଜନ ମଲ୍ଲିକ, ଜୟସେନ ବେହେରା, ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ସିଡିପିଓ କ୍ରିଷ୍ଣାକୁମାରୀ ନନ୍ଦଙ୍କ ସମେତ ବିଭିନ୍ନ ଲାଇନଡିପାଟମେଣ୍ଟ ଅଧିକାରୀ, ଜିଆରଏସଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭ ଓଏଲଏମ ଓ ମିଶନ ଶକ୍ତିର ମହିଳା ମନେ ଖୁସି ଜାହିର କରି ବିଧାୟକ ଶ୍ରୀ ବେହେରାଙ୍କୁ ମିଠା ଖୁଆଇଥିଲେ । ଶେଷରେ ଏବିଡିଓ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


