ମାଟିଆ ସାହି ପୁରା ସିଲ୍,ସରିଲା ସ୍ବାସ୍ଥ୍ୟ ପରୀଷା
କୁକୁଡାଖଣ୍ଡି:କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞାୟତର ମାଟିଆ ସାହିକୁ ପୁରା ସିଲ କରିଛି ଗଂଜାମ ଜିଲ୍ଲାପ୍ରଶାସନ।ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେଦତ୍ତାତ୍ତ୍ରେୟ ଭାଉ ସାହେବ।ଉକ୍ତ ଗ୍ରାମକୁ ରାଜ୍ୟ ବାହାରରୁ ୧୩୦ ଜଣ ବ୍ୟକ୍ତି ଆସି ରହିଥିବା ସୂଚନା ପାଇ ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ଗ୍ରାମକୁ ଯାଇ ଘଟଣା ସଂପକରେ ଅବଗତ ପରେ ଜିଲ୍ଲାପାଳକୁଂ ଜଣାଇଥିଲେ।ପରେ ଉପଜିଲ୍ଲାପାଳ ଗ୍ରାମ କୁ ସିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାର ଏହାକୁ କୋଭିଟ ୧୯ ହଟସ୍ପଟ୍ ବୋଲି ଘୋଷଣା କରିଛନ୍ତି।କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତିକୁଂ ସେଠାର ମାଜିଷ୍ଟେଟ ଦାୟିତ୍ବ ପ୍ରଦାନ କରିବାସହ ଗୋଳନ୍ଥରା ଥାନା ଅଧିକାରୀକୁଂ ଘଟଣା ଉପରେ ନଜର ରଖିବା ସହ ସେଠାରେ ଚେକପୋଷ୍ଟ କରିଛନ୍ତି।ବିଡିଓ କୁଂ ସେଠାରେ ବସବାସ କରୁଥିବା ଲୋକକଂ ପାଇଁ ଅତ୍ୟା ବସକୀୟ ସାମଗ୍ରୀ ର ହୋମଡେଲିଭେରି ପାଇଁ ମଧ୍ୟ କୁହାଯାଇଛି।ଗ୍ରାମକୁ ପ୍ରବେଶ ଓ ଗ୍ରାମରୁ ବାହାରିବା ପାଇଁ ସଂପୂଣ୍ନ କଟକଣା ସହ ବାରଣ କରାଯାଇଛି ଏବଂ ଯାନବାହାନ ପ୍ରବେଶ କୁ ମଧ୍ୟବାରଣ ।ଗତ ୨୫ତାରିଖରୁ ଭୂବନେଶ୍ବର ବମିଖାଲ ଅଞଳରୁ ଚାଲିଚାଲି ୧୩୦ ଜଣ ଆସିଥିଲେ।ସମସ୍ତେ ଶ୍ରମିକ ଶ୍ରେଣୀର ଲୋକ।ଏଦ ଯାବଦ କାହାରି ମଧ୍ୟରେ କୌଣସି ଲଷଣ ଦେଖାଯାଇ ନି କି କିଏ ମଧ୍ୟ ଡାକ୍ତରଖାନା ଯାଇନାହାନ୍ତି।ପ୍ରଶାସନ ପଷରୁ ଗ୍ରାମବାସୀ କୁଂ ୩ମାସ ର ଚାଉଳ ପ୍ରଦାନ କରାଯାଇଛି।କୁକୁଡାଖଣ୍ଡି ମେଡିକାଲ ର ଡାକ୍ତରୀ ଦଳ ରାମଚନ୍ଦ୍ର ମହାରଣା, ଡ.ମନ୍ଦାକିନି ଦାଶ,ଡ.ମହମଦ ଅନମଲ ଅଲି,ଡ.ସୁବ୍ରତ ଗୌଡ,ଶୋଭନ ପଟ୍ଟନାୟକ,ପ୍ରଫୁଲ ପଟ୍ଟନାୟକ,ସନ୍ଦିପ କୁମାର ସାହୁ,ଏଏନଏମ କେ.କ୍ରିଷ୍ନା କୁମାରୀ,ପ୍ରିୟକାଂ ମହାପାତ୍ର,ଇତିଶ୍ରୀ ବେହେରା ଗ୍ରାମରେ ପହଞି ସମସ୍ତ କଂ ସ୍ବାସ୍ଥ୍ୟବସ୍ଥା ଯାଞ କରିଥିଲେ।


