ଟ୍ରେନ ରେ କଟି ରାଜମିସ୍ତ୍ରୀ ମୃତ୍ୟୁ
ଗଞ୍ଜାମ:ଗଂଜାମ ବ୍ଲକ ଅନ୍ତର୍ଗତ ୟୁଡିଏସ ପୁର ପଂଚୟତ ର ନନ୍ଦନାପଲ୍ଲୀ ଗ୍ରାମର ରାଜ ମିସ୍ତ୍ରୀ ଡି. ଘନଶ୍ୟାମ ରେଡି ଟ୍ରେନ ରେ କଟି ମୃତୁବରଣ କରିଥିବାଜଣାପଡିଛି।ଖବର ନେବାରେ ଜଣାପଡିଛି ମୃତକ ଘନଶ୍ୟାମ ଗତ ଦୁଇଦିନ ତଳେ ବେଢ଼ ଗ୍ରାମ ସ୍ଥିତ ସମ୍ପର୍କୀୟ ଘରକୁ ଯାଉଛି କହି ସାଇକେଲରେ ଯାଇଥିଲେ।ମାତ୍ର ନ ଫେରିବାରୁ ଘର ଲୋକେ ଖୋଜଖୋଜି କରି ପାଇ ନଥିଲେ।ଆଜି ଖଲ୍ଲିକୋଟ ରେଳ ଷ୍ଟେସନ ଠାରୁ ପ୍ରାୟ ଦୁଇ କିମି ଦୂରରେ ଟ୍ରେନ ଲାଇନ ରେ ମୃତକ ଘନଶ୍ୟାମ ଦେହରେ ବନିଆନ ପିନ୍ଧିଥିବା ବେଳେ ପାଖରେ ପାଣିବୋତଲ ପଡିରହିଥିବା ସେଠାରୁ କିଛି ଦୂରରେ ପ୍ୟାଣ୍ଟ, ସାର୍ଟ, ମୋବାଇଲ ,ସାଇକେଲ ଥିବାରୁ ସେ ପରିସ୍ରା ଯାଇ କୌଣସି ମାଲବାହୀ ଟ୍ରେନ ଧକ୍କା ରେ କଟିଯାଇଥିବା ପୋଲିସ ଅନୁମାନ କରିବା ସହ ଏ ନେଇ ଆରପିଏଫ ଘର ଲୋକ କୁ ଜଣାଇଥିଲେ । ପରେ ଶବ ବ୍ୟବଚ୍ଛେଦ ପାଈଁ ପଠାଇଥିବା ଜଣାପଡିଛି । ମୃତକ ର ଦୁଇଟି ଛୋଟ ପିଲା ଥୁବା ରୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।


