ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ
ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧ ମୃତ । ବୃଦ୍ଧଙ୍କ ପରିଚୟ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଦିଗାଁ ଗ୍ରାମର ଖଗେଶ୍ୱର ପତି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେ ତାଙ୍କ ବାଡିରେ ଥିବା ଗଛ ଗୁଡିକ ରେ ପାଣି ଦେଉଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡିଯାଇଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଜଣକ ଗୁରୁତର ଆହାତ ହୋଇଥିଲେ । ଆହାତ ବୃଦ୍ଧଙ୍କୁ ସୋର ହସପିଟାଲରେ ଭର୍ତ୍ତିକରାଯାଇଥିଲା ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।


