ରାଜ୍ୟସଭା ନିର୍ବାଚନ କୁ ନେଇ ଜୋର ଧରୁଛି ରାଜନୀତି
ଓଡିଶା ରେ ସାଧାରଣ ନିର୍ବାଚନ ସରିବା ପରେ ଏବେ ଖାଲି ପଡିଛି ୪ ଟି ରାଜ୍ୟସଭା ଆସନ ଏ ନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ସମ୍ବିଧାନର ବିଧିବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ଖାଲିପଡିଥିବା ଆସନ ପାଇଁ ନିର୍ବାଚନ ହେବା କଥା । ଗୋଟିଏ ପଟେ ଲୋକସଭା ରେ ଏନଡିଏ ର ସର୍ବାଧିକ ସଂଖ୍ୟକ ସାଂସଦ ଥିବା ବେଳେ ରାଜ୍ୟସଭା ରେ ବିଜେପି ର କମ ସଂଖ୍ୟକ ସାଂସଦ ରହିଛନ୍ତି । ସେଥି ପାଇଁ ମୋଦି ଶୀଘ୍ର ନିର୍ବାଚନ କରିବା ପାଇଁ ପ୍ରୟାସ କରିପାରନ୍ତି । ଅନ୍ୟପଟେ ଶାସକ ବିଜୁଜନତା ଦଳ ୬ ଜଣ ରାଜ୍ୟସଭା ସାଂସଦ ବିଧାନସଭା ନିର୍ବାଚନ ରେ ପ୍ରତିନ୍ଦ୍ୱନ୍ଦିତା କରିଥିଲେ । ଏମାନଙ୍କ ମଧରୁ ବରଗଡ ରୁ ପ୍ରସନ୍ନ ଆଚାର୍ୟ୍ୟ ହାରି ଯାଇଥିବା ବେଳେ ବାରିପଦା ରୁ ସରୋଜୀନି ହେମରମ ହାରିଛନ୍ତି । ତା ସହିତ କେନ୍ଦ୍ରାପଡା ରୁ ଅନୁଭବ ମହାନ୍ତି , କନ୍ଧମାଳ ରୁ ଅଚ୍ୟୁତ ସାମନ୍ତ ,ଆଳି ରୁ ପ୍ରତାପ ଦେବ ,ଖଣ୍ଡପଡା ରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଯଥା କ୍ରମେ ଏହି ପ୍ରାର୍ଥୀ ମାନେ ଲୋକସଭା ଓ ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ଏ ପର୍ୟ୍ୟ୍ନ୍ତ ନିତିଗତ ଭାବେ କହାକୁ ରାଜ୍ୟସଭା ରେ ପଠାଇବେ ନିଷ୍ପତ୍ତି ନେଇନାହାନ୍ତି । ପ୍ରତାପ ଦେବ ଓ ସୌମ୍ୟରଞ୍ଜନଙ୍କ ସମେତ ଅଚ୍ୟୁତ ସାମନ୍ତ ଓ ଅନୁଭବ ରାଜ୍ୟସଭା ସଭ୍ୟ ପଦ ରୁ ଇସ୍ତଫା ଦେବା ନିଶ୍ଟିତ ।ଯଦି ରାଜ୍ୟସଭା ନିର୍ବାଚନ ହୁଏ ସଂଖ୍ୟ ଦୃଷ୍ଟି ରୁ ୪ ଟି ରୁ ୩ ଟିରେ ବିଜେଡି ଜିତିବା ସୁନିଶ୍ଟିତ । ଅନ୍ୟ ଗୋଟିଏ ଆସନ ବିଜେଡି ପାଇଁ ଜିତିବା କଷ୍ଟକର ହୋଇପାରେ । ଚଳିତ ସାଧାରଣ ନିର୍ବାଚନ ରେ ବିଜେଡି ୧୪୬ ଟି ଆସନରୁ ବିଜେଡି ୧୧୨ ,ବିଜେପି ୨୩,କଂଗ୍ରେସ ୯ ଟି ଆସନ ରେ ବାଜିମାତ କରିଥିବାବେଳେ ସ୍ୱାଧିôନ ଓ ଅନ୍ୟ ଦଳ ଦୁଇଟି ଆସନରେ ବିଜୟ ଲାଭ କରିଛନ୍ତି ।


