ଭାଙ୍ଗିଗଲା ଧାମନଗର-ନଦିଗାଁ ଆର୍.ଡି.ରାସ୍ତା : ଚଳାଚଳ ଠପ୍

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ବିଭିନ୍ନ ସ୍ଥାନରେ ବନ୍ୟାର ପ୍ରବଳ ସ୍ରୋତରେ ଧାମନଗର–ନଦୀଗାଁ ଆର୍.ଡି. ମୁଖ୍ୟ ରାସ୍ତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ଅନେକ ସ୍ଥାନରେ ଭାଙ୍ଗିଯାଇଛି। ବନ୍ୟା ପାଣି କମିଯାଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ କୌଣସି ଛୋଟ କିମ୍ବା ବଡ଼ ଯାନବାହନ ଚଳାଚଳ କରିପାରୁନାହିଁ। ଏହାଫଳରେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବଜାର,ହସ୍ପିଟାଲ,ସ୍କୁଲ ଓ ବିଭିନ୍ନ ଜରୁରୀ କାମ ପାଇଁ ଯାତାୟାତରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ଯଥାଶୀଘ୍ର ରାସ୍ତାର ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ବନ୍ୟା ଚାଲିଯାଇଥିଲେ ମଧ୍ୟ ଏହାର କ୍ଷତଚିହ୍ନ ଏବେ ବି ସ୍ପଷ୍ଟ ଦେଖିବାକୁ ମିଳୁଛି। ରାସ୍ତା ଭାଙ୍ଗିଯିବା ଯୋଗୁଁ ସମଗ୍ର ଅଞ୍ଚଳର ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ବନ୍ୟାରେ କ୍ଷେତି ହୋଇଥିବା ରାସ୍ତା ଘାଟର କାର୍ଯ୍ୟ ଓ ମରାମତି ଯଥାଶୀଘ୍ର କରିବା ପାଇଁ ସାଧାରଣରେ ମତପ୍ରକାଶ କରିଛନ୍ତି।ଧାମନଗର ରେ ବନ୍ୟା କମିଯାଇଛି ହେଲେ ଚାଷୀଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରେ ଚାଷ ଜମି ଗୁଡ଼ିକ ଉପରେ ଏପରିକି ୪ରୁ୫ଫୁଟ ଉପରେ ବର୍ଷା ଓ ବନ୍ୟା ପାଣି ଜମି ରହିବା ଫଳରେ ଧାନଚାଷୀଙ୍କ ଚାଷ ଜମିରେ ଧାନ ତଳି,ରୁଆ ପୋତା ଧାନ ସହିତ ପନିପରିବା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଚାଷୀଙ୍କ ମୁଖ୍ୟତଃ ଧାନ ଚାଷ ସହିତ ବର୍ଷସାରା ବିଭିନ୍ନ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି ସବୁକିଛି ହରାଇବା ପରେ ଏବେ ଚାଷୀମାନେ ଚିନ୍ତାରେ। ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ନିରପେକ୍ଷ ତଦନ୍ତ ସହ କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ