ପିଡିଏସ୍ ସହାୟତା ରାଶି ବଣ୍ଟନରେ ସହଯୋଗ କରୁଛି ସେଚ୍ଛାସେବୀ ସଂସ୍ଥା
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ କରିବା ସହ ପିଡିଏସ୍, ଭତ୍ତା, ରାସନକାର୍ଡଧାରୀ ମାନଙ୍କୁ ସହାୟତା ରାଶି ବଣ୍ଟନରେ ସେଚ୍ଛାସେବୀ ସଂସ୍ଥା ତଥା ବ୍ଲକ ନୋଡାଲ ଏନ୍.ଜି.ଓ ସି.ଏଫ୍.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ ସହଯୋଗ କରୁଥିବାର ଦେଖାଯାଇଛି । ଗୋପିନାଥପୁର ପଞ୍ଚାୟତରେ ପିଡିଏସ୍ ଏବଂ ରିଲିଫ ବଣ୍ଟନ ବେଳେ ସାମାଜିକ ଦୂରତା ରକ୍ଷା ପାଇଁ ସଂସ୍ଥାର ସ୍ୱେଚ୍ଛାସେବୀ ମାନେ ସଚେତନ କରିବା ସହ ବଡବର୍ଚ୍ଚିକୟାଁ ପଞ୍ଚାୟତରେ ଘର ଘର ବୁଲି ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ପ୍ରଦାନରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସହାୟତା କରୁଥିବାର ଦେଖାଯାଇଛି । ପିଡିଏସ୍ ସହାୟତା ରାଶି ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ସରପଞ୍ଚ ବିଷ୍ଣୁମୋହନ ଯେନା, ସି.ଏଫ୍.ଡବ୍ଲ୍ୟୁ.ଏସ୍.ଡିର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି ଉପସ୍ଥିତ ଥିଲେ ।