ଶଶୀ ଶେଖର କର ଶର୍ମା ରାଜ୍ୟ ଓଷ୍ଟାର ଉପ ସଭାପତି ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କୃତ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଭଦ୍ରକ ଜିଲା ଓଷ୍ଟାର ପୂର୍ବତନ ସଭାପତି ଶଶୀ ଶେଖର କର ଶର୍ମା ରାଜ୍ୟ ଓଷ୍ଟାର ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୧୪ ଓ ୧୫ ତାରିଖ ୨ ଦିନ ଧରି ଢେଙ୍କାନାଳର ଇଡକୋ ଟାୱାର ଠାରେ ଓଡିଶା ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ୩୪ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ୩ ବର୍ଷ ପାଇଁ ନୂଆ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ। ସଭାପତି ଭାବେ ପ୍ରଭାତ କୁମାର ରଥ ଏବଂ ସାଧାରଣ ସମ୍ପାଦକ ଭାବେ ରଞ୍ଜନ କୁମାର ଦାଶ ନିର୍ବାଚିତ ହୋଇଥିଲେ। ଭଦ୍ରକ ଜିଲାରୁ ଶ୍ରୀ କର ଶର୍ମା ଉପ ସଭାପତି ଭାବେ ବହୁ ମତ ବ୍ୟବଧାନରେ ନିର୍ବାଚିତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଶ୍ରୀ କର ଶର୍ମାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଭଦ୍ରକ ଓଷ୍ଟାର ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ଏବଂ କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ମିଶ୍ର ଜିଲା ଓଷ୍ଟା ତରଫରୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ