ସାହିତ୍ୟ ସଂସଦର କବିତା ଆସର

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଶ୍ରୀବନ୍ତପୁର ସ୍ଥିତ ତାରିଣୀ ମନ୍ଦିର ପରିସରରେ ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତ ପକ୍ଷରୁ ଗଳ୍ପ କବିତା ଆସର ଓ ମହତାବଙ୍କ ୧୨୭ତମ ଜନ୍ମ ଜୟନ୍ତି ପାଳିନ ଏବଂ ଆଗାମୀ ସଂସଦର ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କବି ଚତୁଃର୍ଭୂଜ ପହିଙ୍କ କବିତା ସଂଯୋଜନାରେ କବି ଅନନ୍ତ ଚରଣ ବାରିକ,ଭାଗବତ ସାହୁ,କିର୍ତନ ଚରଣ ନାୟକ,ନାରାୟଣ ସାହୁ,ବାବାଜୀ ଚରଣ ଦଳେଇ,ଗୌରାଙ୍ଗ ଖିଲାର,ଅନନ୍ତ ଚରଣ ମୁଦୁଲି,ମୁରଲୀ ଧର ବେହେରା,ସୁବୋଧ କୁମାର ସାହୁ,ଶିବ ନାରାୟଣ ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନର ଆୟୋଜିତ ସଭାକୁ ସଂସଦର ଉପସଭାପତି ଶିକ୍ଷାବିତ ଅକ୍ଷୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଆଲୋଚକ ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର କହିଲେ ପ୍ରତେକ୍ଷ୍ୟ ଅନୁଭୂତି ସମ୍ପର୍ଣ୍ଣ ଏବଂ ସମାଜମନସ୍କ ବ୍ୟକ୍ତି ହିଁ ସାର୍ଥକ ସାହିତ୍ୟ ସୃଷ୍ଟି କରେ ବୋଲି କହିଥିଲେ। ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକ,ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଷ ପ୍ରସାଦ କରଶର୍ମା ସାହିତ୍ୟର ବହୁମୁଖୀ କବିତା ରଚନା ଉପରେ ଆଲୋଚନା କରିଥିଲେ। ସମ୍ପାଦକ ରମାକାନ୍ତ ଜେନା ଅତିଥିଙ୍କୁ ମଂଚ ଆହ୍ୱାନ,ଜଗନ୍ନାଥ ପାତ୍ର ଉଦେଶ୍ୟ ଜ୍ଞାପନ ଓ ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆସନ୍ତା ବାର୍ଷିକ ଉତ୍ସବ ପାଳନ ନେଇ ଆଲୋଚନାରେ ଅଲେଖ ଚନ୍ଦ୍ର ନାୟକ,ଗୟାଧର ଦାସ,ହେମନ୍ତ କୁମାର ସିଂହ,ପଦ୍ମନାଭ ରାଉତ,ବଳରାମ ଜେନା,ସଂଗ୍ରାମ ଜେନା,ଶ୍ରୀକାନ୍ତ ପଣ୍ଡା,ପ୍ରଶାନ୍ତ ଜେନା ପ୍ରମୁଖ ଭାଗ ନେଇଥିଲେ। ସମସ୍ତଙ୍କ ପାଇଁ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ହେମନ୍ତ କୁମାର ଜେନା,ପ୍ରଶାନ୍ତ କୁମାର ଜେନା,ଶଶିକାନ୍ତ ଜେନା,ବାସନ୍ତି ଲତା ଜେନା,ସୁମିତ୍ରା ଜେନା,ରୁନୁବାଳା ଜେନା,ନମିତା ସ୍ୱାଇଁ,ରୁପା ଜେନା,ଶତାଦ୍ଧି ରାଣୀ ଜେନା,ମହିମା ଜେନା,ଓମ୍ ପ୍ରକାଶ ଜେନା,ଉଚ୍ଛନ୍ନ ନାୟକ,ସୁରେନ୍ଦ୍ର ଜେନା,କୁଶଧ୍ୱର୍ଯ୍ୟ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ