ଦିଲ୍ଲୀରୁ ଆସିଲା ଟେଷ୍ଟିଂ କିଟ୍

ଭୁବନେଶ୍ୱର: ଏପ୍ରିଲ ୧୦ ରୁ ରାଜ୍ୟରେ ଦିନକୁ ହଜାରେ ଲୋକଙ୍କର କୋଭିଡ ୧୯ ପରୀକ୍ଷା ହେବ । ଏହା ଦ୍ୱାରା କମ ଦିନରେ କେଉଁ ଅଞ୍ଚଳରେ କେତେ ଆକ୍ରାନ୍ତ ଅଛନ୍ତି ଚିହ୍ନଟ ହୋଇଯିବେ ବୋଲି ରାଜ୍ୟ ସରକାର କହିଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ମଗାଯାଇଥିବା ଟେଷ୍ଟିଂ କିଟ୍ ଭୁବନେଶ୍ୱରରେ ପହଞ୍ଚିଛି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଏଆଇ୧୪୭୩ ରେ ଦିଲ୍ଲୀରୁ ଟେଷ୍ଟିଂ କିଟ ଓ ମେଡିକାଲ ଯନ୍ତ୍ରପାତି ଆସିଛି । ଏହା ଓଡ଼ିଶା ଔଷଧ ନିଗମ ଏବଂ ଆଇଏମଆରସିକୁ ଯିବ । ସେଠାରୁ ବିଭିନ୍ନ ସ୍ଥାନକୁ ବଣ୍ଟାଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ