ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍ ) : କେନ୍ଦ୍ରାପଡା ପୈାରପାଳିକା ଆନୁକୁଲ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହଯୋଗରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀତ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱଛ ଓଡିଶା ସୁସ୍ଥ ଓଡିଶାର ବାର୍ତ୍ତା ବହନ କରୁଥିବା ଏହି ପ୍ରଶିକ୍ଷଣ ଶିବିରରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ତଥା ପୈାର ପ୍ରଶାସକ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ସର୍ବପୁରାତନ ପୈାରପାଳିକାକୁ ସ୍ୱଛ ଓ ସୁନ୍ଦର ରଖିବାକୁ ଉପସ୍ଥିତ ପୈାରାଚଂଳର ସଫେଇ କର୍ମଚାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୈାରସଂସ୍ଥାର ଗୋଷ୍ଠି ସଂଗଠିକାଙ୍କ ସହିତ ଅନ୍ୟ ପୈାର କର୍ମଚାରୀମାନେ ଅଡିଓଭିଜୁଆଲ ମାଧ୍ୟମରେ ସଫେଇ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ୧୧ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ଉପସ୍ଥିତଥିବା ସଫେଇ କର୍ମଚାରୀମାନେ “ଆସନ୍ତୁ ସମସ୍ତେ ନେବା ପ୍ରତିଜ୍ଞା ନିଜ କେନ୍ଦ୍ରାପଡାକୁ ସ୍ୱଛ ସୁନ୍ଦର ବନେଇବା”ନିମନ୍ତେ ଶଙ୍କଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ