ଡାକ୍ତରଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାର ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଡାକ୍ତରମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲରେ ବସି ଆନ୍ଦୋଳନ କରିବା ପରିବର୍ତ୍ତେ ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲର ଏକ ହଲ ଭିତରେ ଚେୟାରରେ ବସି ଆନ୍ଦୋଳନ କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜିବୀମାନେ ସମାଲୋଚନା କରିଛନ୍ତି। ଆନ୍ଦୋଳନରେ ସବୁବେଳେ ଝାଳ ବୋହିଲେ ସଫଳ ହୋଇଥାଏ। ଚେୟାର ଉପରେ ବସି ଥଣ୍ଡା ହାୱା ଖାଇଲେ ଆନ୍ଦୋଳନ କେବେ ସଫଳ ହୋଇନଥାଏ ବୋଲି କେନ୍ଦ୍ରାପଡାର ବୁଦ୍ଧିଜୀବୀମାନେ କହିଛନ୍ତି। ଡାକ୍ତରମାନଙ୍କ ଏହିଭଳି ଢଙ୍ଗରେ ଆନ୍ଦୋଳନ କରାଯିବା ଦ୍ୱାରା ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଓପିଡି(ବର୍ହିବିଭାଗ)କାର୍ଯ୍ୟ ବ୍ୟାହତ ହୋଇଛି। ରୋଗୀମାନେ ଡାକ୍ତରଖାନା ଆସି ଆବଶ୍ୟକ ଚିକିତ୍ସା ପାଇପାରୁନାହାନ୍ତି। କେବଳ ଆୟୁଷ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତରଙ୍କ ଆନ୍ଦୋଳନ ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଅଚଳ ହୋଇପଡିଛି। ତେଣୁ ଡାକ୍ତରମାନଙ୍କ ଦାବି ସରକାର ମାନି ନିଅନ୍ତୁ ବୋଲି ଓମସା ରାଜ୍ୟ ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସଭାପତି ଶ୍ରୀ ମିଶ୍ର କହିଛନ୍ତି । ଜିଲ୍ଲା ଓମସା ଶାଖା ସଭାପତି ଡା.ଗୌରାଙ୍ଗ ଚରଣ ଗିରି, ସଂପାଦକ ଡା.ନିରଞ୍ଜନ କର, ରାଜ୍ୟ ଯୁଗ୍ମ ସଂପାଦକ ଡା.ସଞ୍ଜୀବ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ସଚିଦାନନ୍ଦ ମିଶ୍ର, ଡାକ୍ତର ପରଭେଜ ଅକ୍ତର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ