ଅନ୍ନପୂର୍ଣ୍ଣା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ଅସହାୟ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଏବଂ ମାସ୍କବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ‘କରୋନା’ ଆଜି ସମସ୍ତଙ୍କ ବାଟ ଓଗାଳିଛି ।ତା’ବାଟ ଓଗାଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦିର୍ଘ୨୧ଦିନ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।
ଯାହା ଫଳରେ କର୍ମ ନିଯୁକ୍ତି ,ଦୋକାନ, ବଜାର ସବୁ ଠପ୍। ଗରିବ ଲୋକେ କାମଧନ୍ଦା ନପାଇ ଭୋକ ଉପବାସରେ ଡହଳ ବିକଳ ହେଉଛନ୍ତି ।ଦିର୍ଘ ୧୯ ଦିନ ହେଲା ଯାହା ପାଖରେ ଅଳ୍ପସ୍ବଳ୍ପ
ଟଙ୍କା ଥିଲା କେବେଠାରୁ ସରି ଗଲାଣି । ସେମାନଙ୍କର ଦୁଃଖ ଅପ୍ରମିତ ହୋଇପଡିଛି । ତାଙ୍କ ଦୁଖଠାରୁ ଭୂମିହୀନ,ଯାଯାବର, ଭିକାରୀ,ଅନାଥ, ରାସ୍ତା କଡର ଅଜଣା ବେଆଶ୍ରା ବୁଢ଼ାବୁଢ଼ୀଙ୍କ ଦୁଃଖ ନ କହିଲେ ଚଳେ ।ଏଭଳି ଦୁଃଖଦ ଦୃଶ୍ୟ ମୟୂରଭଂଜ ଜିଲ୍ଲାର ଗୋରୁ ମହିଷାଣୀ ଥାନା ଅନ୍ତର୍ଗତ କୁଲେଇଶିଳା ପଞ୍ଚାୟତରେ ଦେଖିବାକୁ ମିଳିଛି।୪୦ରୁ ଉର୍ଦ୍ଧ୍ବ ଉପରୋକ୍ତ ପିଡିତା ମାନେ ଆଶ୍ରୟ ନପାଇ ଖାଇବାକୁ ନ ପାଇ ଡହଳ ବିକଳ ହେଉଥିଲେ । ସେମାନଙ୍କର ନାହିଁ ନ ଥିବା କଷ୍ଟକୁ ସହି ନ ପାରି ଗୋରୁ ମହିଷାଣୀର ସମାଜସେବୀ ଲକ୍ଷ୍ମଣ ଟୁଡୁ,କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ,ମା ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସହାୟତାର ହାତ ବଢାଇଲେ ।ଗତ ୩୦-୦୩-୨୦୨୦ରୁ ସେମାନେ ସେହି ଅରକ୍ଷିତ ମାନଙ୍କୁ କୁଲେଇଶିଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥଇଥାନ କରାଇଥିଲେ । ଆଜିଯାଏଁ ସେମାନଙ୍କୁ ଦୁଇଓଳି ମାଗଣା ରନ୍ଧା ଖାଦ୍ୟ ପରସି ଦେଉଛନ୍ତି ।ତଦ ସହ ବୁଲା ଗୋରୁ ଗାଈମାନଙ୍କୁ , କୁକୁର, ଚଢ଼େଇ ମାନଙ୍କୁ ମଧ୍ୟ ଖାଦ୍ୟ ଦେଉଛନ୍ତି ।ଆଜି ଶନିବାର ଦିନ ସେହି ଗରିବ ଗୁରୁବାଙ୍କୁ ମାଗଣାରେ ସମାଜସେବୀ ଲକ୍ଷ୍ମଣ ଟୁଡୁ ମାସ୍କ ବଣ୍ଟନ କରିଥିଲେ । ସରପଞ୍ଚ ରାମଚନ୍ଦ୍ର ମାସ୍କ ପିନ୍ଧିଲେ କଣ ଉପକାରିତା ପାଇବେ ବୁଝାଇଥିଲେ ।ମାସ୍କ ନ ପିନ୍ଧିଲେ ଆଇନରେ ଦଣ୍ଡିତ ହେବେ ବୋଲି ସୂଚାଇଥିଲେ ।ଏହି କାର୍ଯ୍ୟକ୍ରମରେ ଗାଲୁ ମୁଣ୍ଡାରୀ, ସୁଜାତା ମୁଣ୍ଡା,ରାଜେନ୍ ମହାନ୍ତ,ମାଲ ଟୁଡୁ ପ୍ରମୁଖ ସହାୟତା କରୁଛନ୍ତି । ସରପଞ୍ଚ ରାମଚନ୍ଦ୍ର, ସମାଜସେବୀ ଲକ୍ଷ୍ମଣ,ମା ‘ଅନ୍ନପୁର୍ଣା ସ୍ବୟଂ ସହାୟକ ଗୋଷ୍ଠୀର ଜନକଲ୍ଯାଣ କାର୍ଯ୍ୟକର୍ମକୁ ଅଂଚଳବାସି ସାଧୁବାଦ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ