ଭୁବନେଶ୍ୱର କୁ ଚାଲିଯାଉଥିବା ବେଳେ ଦୁଇ ଯୁବକ ଙ୍କୁ ଗଞ୍ଜାମ ଜାତୀୟ ରାଜପଥ ରୁ ଉଦ୍ଧାର କଲା ପ୍ରଶାସନ

ଗଞ୍ଜାମ:କରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରୀରହିଥିବା ବେଳେ ଯାତାୟାତ ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ନିଜର ଗନ୍ତବ୍ୟ ସ୍ଥଳ କୁ ପହଞ୍ଚିବା ପାଇଁ ଲୋକମାନେ ଚାଲି ଚାଲି ଯିବା ବାଟକୁ ଆଦେରି ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରରେ ।ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ନୁଗୁଡା ଗ୍ରାମର ଗୋବିନ୍ଦ ଚନ୍ଦ୍ର ଲେଙ୍କା ଙ୍କ ପୁଅ ସନିଆ ଲେଙ୍କା , ଓ ସୋରଡ଼ା ବ୍ଲକ ର ବଡବରସିଂ ଗ୍ରାମର କ୍ରିଷ୍ଣା ମୁସଲିମ ଙ୍କ ପୁଅ ବିଶ୍ଵାମିତ୍ର ବ୍ରହ୍ମପୁର ସହର ଠାରେ ଜୈନକ ଠିକାଦାର ଙ୍କ ପାଖରେ କାମ କରୁଥିଲେ । ଲକ ଡାଉନ ଯୋଗୁ କାମ ବନ୍ଦ ଥିବା ରୁ ଖାଇବା ରେ ଅସୁବିଧା ହୋଇଥିଲା । ପାଖରେ ଟଙ୍କା ନଥିବା ବେଳେ ଯାନବାହନ ବନ୍ଦ ଥିବାରୁ ଆଜି ସେମାନେ ଚାଲି ଚାଲି ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ଗଂଜାମ ସହର ଋଷିକୂଲ୍ୟା ବ୍ରିଜ଼ ଠାରେ ଉକ୍ତ ସମୟ ରେ ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଯୁବକୁ ଦେଖି ଗଞ୍ଜାମ ଏନଏସି କୁ ଆଣିଥିଲେ । ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ ଭାରତୀ ବିଦ୍ୟା ପୀଠ ଠାରେ ହୋଇଥିବା କ୍ୱାରେନଟାଇନ କୁ ପଠାଇବା ସହ ଖାଇବା ବ୍ୟବସ୍ଥା କରିବା ସହ ନିଜେ ତଦାରଖ କରିଥିଲେ । ପରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଅନୁଧ୍ୟାନ କରିଫେରିଥିଲେ । ଯୁବକ ଙ୍କ ପରିବାରକୁ ଖବର ଦେବା ସହ ଡାକ୍ତରି ପରୀକ୍ଷା ପରେ ଛଡାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ