ଲାଫିଂ ବୁଦ୍ଧର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ ନକାରାତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ବହୁ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚାଇନିଜ୍ ବାସ୍ତୁଶାସ୍ତ୍ର ଫେଙ୍ଗସୁଇ ଅନୁସାରେ ଲାଫିଂ ବୁଦ୍ଧର ବହୁ ମହତ୍ତ୍ୱ ରହିଛି । ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ । ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ ପ୍ରକାରର ହୋଇଥିବାବେଳେ ଅଲଗା ଅଲଗା ମନୋସ୍କାମନା ପାଇଁ ସବୁ ମୂର୍ତ୍ତିର ନିଜସ୍ୱ ମହତ୍ତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ଲାଫିଂ ବୁଦ୍ଧ ରଖିଲେ କି ପ୍ରକାରର ଲାଭ ହୋଇଥାଏ ।ଦୁଇ ହାତ ଉପରକୁ ଉଠିଥିବା ଲାଫିଂ ବୁଦ୍ଧ: ନିଜର ଦୁଇ ହାତ ଉଠାଇଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମାକୁ ଘରେ ବା ଦୋକାନରେ ରଖିଲେ ସଫଳତା ମିଳିଥାଏ । ଏହିଭଳି ଆକାରର ମୂର୍ତ୍ତିକୁ ରଖିଲେ ଟଙ୍କାର କେବେ ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି । ଲାଫିଂ ବୁଦ୍ଧ: ନିଜ ଜୀବନରୁ ଦୁଭାର୍ଗ୍ୟକୁ ଦୂରେଇବା ପାଇଁ ଘରେ ଓ ଦୋକାନରେ ଶୋଇଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ରଖନ୍ତୁ ।ଟଙ୍କା ମୁଣିକୁ ଧରିଥିବା ଲାଫିଂ ବୁଦ୍ଧ: ଆର୍ଥିକ ସଙ୍ଗଟରେ ଗତି କରୁଥିଲେ ଟଙ୍କା ମୁଣି ହାତରେ ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଅତି ଶୁଭ ହୋଇଥାଏ ।ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧ: ସେହିପରି ଚାଇନିଜ୍ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁସାରେ ପରିବାରରେ ସୁଖ ସମୃଦ୍ଧି ଓ ସଫଳତା ପାଇଁ ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ଘରେ ରଖିଲେ ଶୁଭ ହୋଇଥାଏ ବାଲି ବିଶ୍ୱାସ କରାଯାଏ । ଏଥିସହ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହିଭଳି ମୂର୍ତ୍ତିକୁ ଘରେ ରଖାଯାଏ । ଥଳୀ ଧରିଥିବା ଲାଫିଂ ବୁଦ୍ଧ: ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଦୋକାନ ଓ ଅଫିସରେ ଥଳୀ ଧରିଥିବା ଲାଫିଂ ବୁଦ୍ଧଙ୍କୁ ରଖନ୍ତୁ । ଏହାକୁ ରଖିଲେ ନଜର ଲାଗେ ନାହିଁ ବୋଲି ମାନ୍ୟତା ରହିଛି ।ହସୁଥିବା ଲାଫିଂ ବୁଦ୍ଧ: ହସୁଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ସବୁଠାରୁ ଶୁଭ ମାନାଯାଏ । ଏହାକୁ ଘରର ମୁଖ୍ୟ ରୁମ୍ରେ ରଖିବା ଉଚିତ୍ ।ଧାତୁରେ ତିଆରି ହାଇଥିବା ଲାଫିଂ ବୁଦ୍ଧ: କାର୍ଯ୍ୟଦକ୍ଷତା ଓ କୌଶଳକୁ ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଭଲ ।ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଂ ବୁଦ୍ଧ: ମନର ଶାନ୍ତି ପାଇଁ ଘରେ ଓ ଦୋକାନରେ ଧ୍ୟାନରେ ଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ଭଲ । ଏଥିରୁ ଚିନ୍ତାଗ୍ରସ୍ତ ଦୂର ହୋଇଥାଏ ।ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧ: ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ବ୍ୟକ୍ତିଙ୍କ ସମ୍ମାନ ବଢ଼ିଥାଏ । ଏହାକୁ ଘରର ମୁଖ୍ୟ ରୁମ୍ରେ ରଖିଲେ ଭଲ ।ମୁଦ୍ରା ଓ ପଙ୍ଖା ସହ ଥିବା ଲାଫିଂ ବୁଦ୍ଧ: ଘରେ, ଦୋକାନ ଓ ଅଫିସରେ ଖୁସି, ଶାନ୍ତି ଓ ସମ୍ପୂର୍ଣ୍ଣତା ପାଇଁ ଗୋଟିଏ ହାତରେ ମୁଦ୍ରା ଓ ଅନ୍ୟଟିରେ ପଙ୍ଖା ଧରିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିବା ଉଚିତ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ