ଅପରାଧୀଙ୍କୁ ଧରିବ ଡ୍ରଗ୍ସ ପର୍ଫ୍ୟୁମ୍

ଡ୍ରଗ୍ସ କାରବାର ରୋକିବା ପାଇଁ ନେଦରଲାଣ୍ଡ ପୋଲିସ ଏକ ଭିନ୍ନ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଖୁବ୍ଶୀଘ୍ର ପୋଲିସ ସ୍ଥାନୀୟ ଲୋକଙ୍କୁ ଡ୍ରଗ୍ସ ପରଫ୍ୟୁମ୍ ଦେବ । ଏମଡିଏମ୍ ଅର୍ଥାତ୍ ଏହି ଡ୍ରଗ୍ସର ନାମ “ଏକ୍ସଟେସୀ’ ରଖାଯାଇଛି । ପୋଲିସ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ଡ୍ରଗ୍ସ ସେବନ କରୁଥିବ କିମ୍ବା କାରବାର କରୁଥିବ ସେ ଏହି ଗନ୍ଧ ବାରିପାରିବ । ଫଳରେ ଅପରାଧୀଙ୍କୁ ଧରିବାରେ ପୋଲିସକୁ ସହଜ ହେବ । ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପୋଲିସ କହିଛି, ନେଦରଲାଣ୍ଡରେ ଡ୍ରଗ୍ସ ଅପରାଧୀଙ୍କୁ ଧରିବା ପାଇଁ ବହୁବାର ଚେଷ୍ଟା କରାଯାଇଛି । ପାରମ୍ପରିକ ତରିକାରେ ଡ୍ରଗ୍ସ କାରିବାର ରୋକିବା ସମ୍ଭବପର ହେଲାନାହିଁ ବୋଲି ଭିନ୍ନ ଏକ ତରିକା ଆପଣାଯାଉଛି । ଶାନେଲ ନଂ ୫ ପରଫ୍ୟୁମ୍ ପରି ଏହାର ପ୍ୟାକିଂ ରଖାଯାଇଛି । ଏହାର ଗନ୍ଧ ବିଲ୍କୁଲ୍ ଡ୍ରଗ୍ସ ପରି । ଏହି ପରଫ୍ୟୁମ୍କୁ ପୋଲିସ କାର୍ଡ କିମ୍ବା ଗାଗୁଛାରେ ସ୍ପ୍ରେ କରି ଲୋକଙ୍କୁ ଦେବ । ଦେଶର ପ୍ରାୟ ସବୁ ଥାନାକୁ ଡ୍ରଗ୍ସ ପରଫ୍ୟୁମ୍ ବୋତଲ ପଠାଯାଇଛି । ଯବାନଙ୍କୁ ତାଲିମ ଦିଆଯାଇଛି ସେମାନେ ଲୋକଙ୍କୁ ଏ ସମ୍ପର୍କରେ ବୁଝାଇବେ । ତେଣୁ ଆଖପାଖ ଅଞ୍ଚଳରେ ଯଦି କେହି ଡ୍ରଗ୍ସ କାରବାର କରୁଥାଏ ତେବେ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେବେ । ଫଳରେ ଅପରାଧୀ ଧରିବାରେ ପୋଲିସକୁ ସହଜ ହେବ । ନେଦରଲାଣ୍ଡ ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ଏହା ନିଶ୍ଚିତ ରୂପେ ଏକ ଭଲ ପଦକ୍ଷେପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ