କୁରାଢ଼ିରେ କଟାଯାଉଛି କେଶ

ଆଜିକାଲି ଦୁନିଆରେ ଲୋକମାନେ ନିଜକୁ ସଜେଇବା ପାଇଁ ଏବଂ ଅନ୍ୟଙ୍କଠାରୁ ଭଲ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରୁଛନ୍ତି । ପୋଷାକଠାରୁ ଆରମ୍ଭ କରି ଶରୀରକୁ ସୁନ୍ଦର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସାଧାରଣତଃ ଯୁବପିଢ଼ିମାନେ ପୋଷାକଠାରୁ ଆରମ୍ଭ କରି ନିଜର କେଶକୁ ବହୁତ ପ୍ରକାର ଭଙ୍ଗିରେ ଡିଜାଇନ୍ କରିଥାନ୍ତି । ଏଥିପାଇଁ ସାଧାରଣତଃ କଇଁଚି କିମ୍ୱା ଖୁରକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଏବେ ଆମେ ଆପଣଙ୍କୁ ଏପରି ଏକ ପାର୍ଲର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କଇଁଚି କିମ୍ୱା ଖୁରରେ କେଶକୁ ଷ୍ଟାଇଲ କରାଯାଇନଥାଏ । ଏଠାରେ କାଠ ହଣା କୁରାଢ଼ିରେ କେଶ କଟାଯାଇଥାଏ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୁରାଢ଼ିରେ କେଶକୁ ଏପରି ଷ୍ଟାଇଲ କରାଯାଉଛି ଯାହା ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି । ଏଠାରେ କେଶକୁ ଷ୍ଟାଇଲ କରିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି । ସୂଚନା ଅନୁଯାୟୀ, ରୁଷର ଡୋନେଲ ନାମକ ଜଣେ ଲୋକ ପ୍ରଥମ ଥର ପାଇଁ କୁରାଢ଼ିରେ କେଶ କାଟିବା ଆରମ୍ଭ କରିଛନ୍ତି । ଏହା ଦେଖିବାକୁ ଭୟଙ୍କର ହୋଇଥିଲେ ମଧ୍ୟ ଏଠାକୁ ଅନେକ ଲୋକ ନିଜର କେଶ କାଟିବା ପାଇଁ ଆସିଥାନ୍ତି । ପ୍ରଥମେ ଡୋନେଲ ଏପରି ଅଭିନବ ଉପାୟରେ କେଶ କାଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ଡୋନେଲଙ୍କ କହିବା ଅନୁସାରେ କଇଁଚିଠାରୁ କୁରାଢ଼ିରେ କେଶ କାଟିବା ଅତି ସହଜ ଲାଗେ ତାଙ୍କୁ । ସେ କଇଁଚିଠାରୁ ବି ଭଲ ଷ୍ଟାଇଲରେ କେଶ କାଟିପାରନ୍ତି କୁରାଢ଼ିରେ । ଗ୍ରାହକ ମଧ୍ୟ ଜୀବନକୁ ବାଜି ଲଗାଇ ବିନା ଡରରେ ଏଠାରେ କେଶ କାଟିଥାନ୍ତି । ଡୋନେଲଙ୍କ ଏପରି ହେୟାର କଟକୁ ଲୋକମାନେ ଦୁଃସାହସିକ କାମ ମାନୁଥିଲେ ବି ଗ୍ରାହକ ଏଠାରେ ହେୟାର କଟ୍ ପାଇଁ ଆସିଥାନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଡାନେଲ ଆଗକୁ କୁରାଢ଼ିରେ ଦାଢ଼ି ଟ୍ରିମିଙ୍ଗ ମଧ୍ୟ କରିବାକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ