ବେଲଗୁଣ୍ଠା ପ୍ରେସ୍ କ୍ଳବ ଓ ବେଲଗୁଣ୍ଠା ପୋଲିସ ମିଳିତ ସହଯୋଗରେ ଗାଇଗୋରୁ ଓ କୁକୁରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ପ୍ରଭାବରେ ଲକ୍ ଡାଉନ ଓ ସଟ୍ ଡାଉନ୍ ପାଇଁ ଦୋକାନବଜାର ବନ୍ଦ ଥିବା ବେଳେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ,ଭୋଜିଭାତ,ହୋଟେଲ ସବୁ ବନ୍ଦ ଥିବାରୁ ବେଲଗୁଣ୍ଠା ସହରରେ ବୁଲା ଗାଇଗୋରୁ ଓ କୁକୁରଙ୍କୁ ଖାଇବାକୁ ମିଳୁନାହିଁ ।ଫଳରେ ସେମାନେ ବାହାରେ ପଡିଥିବା ବିଭିନ୍ନ ପ୍ରକାର ଅଳିଆ,ଆବର୍ଜନା, ପଲିଥିନ ଖାଉଥିବା ଦେଖିବାକୁ ମିଳୁଛି ଏବଂ ଭୋକରେ ଥିବାରୁ ଶରୀର କ୍ଷୀଣ ହୋଇ ଦିନତମାମ ଗୋଟିଏ ଜାଗାରେ ପଡିରହିଥିବା ଲକ୍ଷ୍ୟ କରାଯାଇଛି ।ଲକ୍ ଡାଉନ୍ ର ସିଧାସଳଖ ପ୍ରଭାବ ସେମାନଙ୍କ ଉପରେ ପଡିଛି ଏବଂ ଅନାହାର ରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ସହରର ବୁଲା ଗାଇ,ଗୋରୁ,ଷଣ୍ଢ ଓ କୁକୁର ।ଏଥିପାଇଁ ଆଜି ବେଲଗୁଣ୍ଠା ପୋଲିସ ଓ ପ୍ରେସ କ୍ଳବ ର ମିଳିତ ସହଯୋଗରେ ସହରର ଅନାହାରରେ ଥିବା ବୁଲା ପଶୁ ମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଛି ।ଏଥିରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ହାବିଲଦାର ବିଶ୍ୱନାଥ ବିଶ୍ୱାଳ,କନେଷ୍ଟବଳ ସରୋଜ ଦାସ,ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପ ସଭାପତି ଅଶ୍ୱିନୀ କୁମାର ମହାନ୍ତି,ନିତିଦିନର ବ୍ରହ୍ମପୁର ବିଜ୍ଞାପନ ମୁଖ୍ୟ ଦିପକ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଚନ୍ଦନ କୁମାର ସାହୁ, ଶିବରାମ ଚୌଧୁରୀ, ବାଳକୃଷ୍ଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଆଗାମୀ ଦିନରେ ଏହା ଜାରି ରହିବ ବୋଲି ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ