ଚିକିଟି ହୀରା ବ୍ୟବସାୟୀ ଗୁଳିକାଣ୍ଡ ଘଟଣା : ୪ ଅଭିଯୁକ୍ତ ଗିରଫ
ଚିକିଟି (ଯୁଗାବ୍ଦ ନ୍ୟୁଜ୍) : ,ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀନାରାୟଣ ପୁର ଗତ ଜୁନ୍ ୬ ତାରିଖରେ ହୀରା ପାଇଁ ଗୁଳି କାଣ୍ଡ ଘଟିଥିଲା । ସେହି ଦିନ ଗ୍ରାମ ର ଲୋକ ମାନେ ମିଶି ମଇସାନପୁର ଓ ପାତ୍ରପୁର ର ମାଧବ ପାଣିଗ୍ରାହୀ ଏବଂ ସନ୍ତୋଷ ପାତ୍ର ଦୁଇ ଜଣ ଅଭିଯୁକ୍ତ କୁ ଥାନା ରେ ଦେଇଥିଲେ ଅଉ ଦୁଇ ଅଭିଯୁକ୍ତ କୁ ପୋଲିସ ପ୍ରଦୀପ ସୁବୁଦ୍ଧି ଓ ହିମାଂଶୁ ସାହୁ କୁ ପୋଲିସ ବ୍ରହ୍ମପୁର ରୁ ଗିରଫ କରିଥିବା ବେଳେ ଆଉ ୬ ଜଣ ଆସାମୀ ଫେରାର ଥିବା ପୋଲିସ କହିଛି। ମିଳିଥିବା ସୁଚନା ଅନୁଯାୟୀ ସୁବାଷ ଚନ୍ଦ୍ର ପଣ୍ଡା ଙ୍କ ଝିଅ ପ୍ରିୟଙ୍କା ପଣ୍ଡା ଦେଇଥିବା ଏତଲା ମୁତାବକ ମାଧବ ପାଣିଗ୍ରାହୀ ଓ ସନ୍ତୋଷ ପାତ୍ର ତାଙ୍କ ସହ ୮ ଜଣ ଅପରାଧୀ ସୁବାଷ ଙ୍କ ଘରକୁ ହୀରା କିଣିବା ପାଇଁ ଆସିଥିଲେ ସୁବାଷ ଙ୍କୁ ହୀରା ମାଗିଥିଲେ ସୁବାଷ ହୀରା ଦେବାକୁ ମନା କରିଥିଲେ ମଧ୍ୟ ସେମାନେ ସୁବାଷ ଙ୍କ ହାତରୁ ଜୋର ଜବରଦ୍ସତ୍ ହୀରା ଛଡେଇ ନେଇଥିଲେ।ସୁବାଷ ହୀରା ଦେବା ପାଈଁ ପ୍ରତିରୋଧ କରିବାରୁ ସେମାନେ ସୁବାଷ ଙ୍କ ମୁହଁକୁ ଗୋଟେ ରାଉଣ୍ଡ ଗୁଳି ମାରିଥିଲେ ଯାହାଦ୍ୱାରା ସୁବାଷ ଆଘାତ ପାଇ ସେଠୀ ପଡ଼ୀଜୈଥିଲେ।ଏହି ଘଟଣାକୁ ସୁବାଷ ପଣ୍ଡାଙ୍କ ଝିଅ ପ୍ରିଅଂକା ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଆଜି କେ ନୂଆଗାଁ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏଡିସିନାଲ ଏସପି ମାୟାଧର ସେଠୀ କହିଥିଲେ, ଏସଡିପ୍ଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଆଇଆଇସି ମାଧବାନନ୍ଦ ନାୟକ ଉପସ୍ଥିତ ଥିଲେ ।