ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି:୩ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ଆର୍ଥିକ ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ସ୍ୱାଭିମାନ, ସ୍ୱାବଲମ୍ବନ ଓ ଆର୍ôଥକ ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଆର୍ôଥକ ସହାୟତା ପାଇଛନ୍ତି। ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହାସହ ସମନ୍ୱୟ ରଖି କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, କେନ୍ଦ୍ରାପଡ଼ା ପକ୍ଷରୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ପରିବାରର ଆର୍ôଥକ ପ୍ରଗତିରେ ସେମାନଙ୍କ ଅଧିକ ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଡିପିସି (ମମତା) ମନୋରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ବିଚିତ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ସେମାନଙ୍କୁ ନିଜ ପାଦରେ ଠିଆ ହେବା, ନିଜ ଆବଶ୍ୟକତା ପୂରଣ କରିବା ସହ ପରିବାରର ଆର୍ôଥକ ଉନ୍ନତିରେ ଅଧିକ ସକ୍ରିୟ ଭୂମିକା ନେବା ପାଇଁ ସଶକ୍ତ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ନିକଟରେ ଏହି ସହାୟତା ପହଞ୍ଚିବା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ।ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ‘ସୁଭଦ୍ରା’ର ପଞ୍ଚ ମ କିସ୍ତି ମହିଳାମାନଙ୍କ ମଧ୍ୟରେ ଆର୍ôଥକ ସୁରକ୍ଷା, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧିର ନୂଆ ଆଶା ସୃଷ୍ଟି କରିଛି। ସଶକ୍ତ ନାରୀ ହିଁ ସମୃଦ୍ଧ ପରିବାର ଓ ସମୃଦ୍ଧ ଓଡ଼ିଶାର ଆଧାର ଏହି ଲକ୍ଷ୍ୟକୁ ଆଗେଇ ନେବାରେ ‘ସୁଭଦ୍ରା’ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀର ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ବିଧାୟକ, ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଇଚାରା, ସ୍ନେହ ଓ ସାମାଜିକ ସମ୍ପର୍କର ଏକ ନିଆରା ଭାବନା ସୃଷ୍ଟି କରିଥିଲା।


