ଦେବାଶିଷ ଦାସ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ମନୋନୀତ
ନାଉଗାଁ,(ପ୍ରଦୋଷ ମହାନ୍ତି) : ରାଜ୍ୟରେ ବିଜେପି ଦଳ ପକ୍ଷରୁ ବିଭିନ୍ନ ପଦ ପଦବୀରେ ମନୋନୀତ କରାଯାଇଛି | ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ଭାବରେ ଦେବାଶିଷ ଦାସଙ୍କୁ ମନୋନୀତ କରାଯାଇଛି | ସେ ଭଲ ସଂଗଠକ ଭାବେ ପରିଚିତ ଥିବାରୁ ତାଙ୍କ ଉପରେ ରାଜ୍ୟ ନେତୃ ମଣ୍ଡଳ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଥିବାରୁ ଶ୍ରୀଯୁକ୍ତ ଦାସ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର , ସାଂସଦ ବିଭୂପ୍ରସାଦ ତରାଇ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଓ ଜଗତସିଂହପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଙ୍କୁ ଧନ୍ୟବାଦ । ସେ କହିଛନ୍ତି ଦଳ ମୋତେ ଯେଉଁ ଗୁରୁଦାୟିତ୍ୱ ଦେଇଛି, ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି ଏବଂ ଦଳର ଆଦର୍ଶ ଓ ସଂଗଠନକୁ ଆଗକୁ ନେବା ପାଇଁ ନିରନ୍ତର ଚେଷ୍ଟା କରିବି ବୋଲି କହିଛନ୍ତି | ଏହି ଦାୟିତ୍ୱ ଶ୍ରୀ ଦାସଙ୍କୁ ମିଳିଥିବାରୁ ସାରା ଜଗତସିଂହପୁର ଅଞ୍ଚଳରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି ।


