ବିଷଧର ନାଗ ସାପ ସହ ଛ’ ମାସ ଧରି ରାତି ବିତାଉଛନ୍ତି ଗଜପତିର ଜଣେ ଯୁବକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ବିରଳ ଘଟଣା ଦେଖାଦେଇଛି. ବିଷଧର ନାଗ ସାପ ସହ ଗଜପତି ଜିଲ୍ଲାର ଜଣେ ଯୁବକ ଛ’ ମାସ ଧରି ରାତି ବିତାଉଥିବା ଜଣାପଡିଛି. ଘଟଣାଟି କୌଣସି ଏକ କାହାଣୀ ନୁହେଁ, ପ୍ରକୃତରେ ଏଭଳି ଘଟଣାକୁ କେହି ବିଶ୍ୱାସ କରିବେ ନାହିଁ. ତଥାପି ଘଟଣା ସମ୍ପୂର୍ଣ ସତ୍ୟ ଅଟେ. ଏଭଳି ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଲୁହାଗୁଡ଼ି ଗ୍ରାମରେ । ଅଜୟ ପାତ୍ର ନାମକ ଜଣେ ଯୁବକ ଲୁହାଗୁଡ଼ି ଛକରେ ଥିବା ଏକ ହୋଟେଲରେ କାମ କରୁଛନ୍ତି । ଦିନ ସାରା ହୋଟେଲରେ କାମ କରିବା ପରେ ରାତିରେ ହୋଟେଲ ପଛପଟେ ଥିବା ଏକ କୋଠରୀରେ ବିଶ୍ରାମ ନିଅନ୍ତି । ପ୍ରାୟ ୬ ମାସ ତଳେ ଏକ ରାତିରେ ଶୋଇଥିବା ବେଳେ ଏକ ନାଗ ସାପ କୋଠରୀ ଭିତରେ ଥ‌ିବା ସେ ଦେଖୁଥିଲେ । ତେବେ ସେ କିଛି ମାତ୍ରାରେ ଭୟଭୀତ ହୋଇଥିଲେ । ହେଲେ ସାହସ ଜୁଟାଇ କୋଠରୀରେ ଥିବା ଖଟ ଉପରେ ସେ ଶୋଇ ପଡ଼ିଥିଲେ। ସକାଳେ ଉଠି ଦେଖିବା ବେଳେ ସାପଟି କୋଠିରୀର ବାହାରକୁ ଚାଲିଯାଇଥିଲା I ଠିକ ତା ପରଦିନ ମଧ୍ଯ ପୁଣି ରାତିରେ ନାଗ ସାପଟି କୋଠରୀ ଭିତରକୁ ଚାଲି ଆସିଥିଲା ଏଭଳି ପ୍ରତିଦିନ ନାଗ ସାପଟି ଦିନରେ ବାହାରକୁ ଚାଲିଯାଏ ଆଉ ରାତି ହେଲେ କୋଠରୀକୁ ଆସି ଗୋଟିଏ କୋଣରେ ସୋଇପଡ଼. ଦୀର୍ଘ ୬ ମାସ ଧରି ନାଗ ସାପଟି ଏଭଳି ଆସୁଥିବା ବେଳେ କେବେବି ତାଙ୍କର କୌଣସି କ୍ଷତି କରିନଥିବା କହିଛନ୍ତି ଅଜୟା ଏଭଳି କି ବେଳେ ବେଳେ ଶୋଇବା କୋଠରୀର କବାଟ ଖୋଲିବା ବେଳେ ନାଗ ସାପଟି ତାଙ୍କ ଖଟ ଉପରେ ଥିବା ମଧ୍ୟ ସେ ଦେଖୁଛନ୍ତି । ରାତିରେ ଶୋଇବା ବେଳେ ନାଗ ସାପଟି ତାଙ୍କ ଗୋଡ଼ ଉପର ଦେଇ ମଧ୍ୟ ଯାଉଥିବା ସେ କହିଛନ୍ତି । ଏଭଳି ଭାବରେ ସାପଟି ତାଙ୍କର କୌଣସି କ୍ଷତି କରୁନଥିବା ଯୋଗୁଁ ସାପ ପ୍ରତି ତାଙ୍କର ଅତ୍ମୀୟତା ବଢ଼ି ଯାଇଥିଲା. ଘଟଣା ନେଇ ଅଜୟ ତାଙ୍କ  ଘର ଲୋକଙ୍କୁ ଜଣାଇବା ପରେ ତାଙ୍କର ନାଗ ଗୋତ୍ର ହୋଇଥିବାରୁ ନାଗ ସାପଟି କିଛି ମଧ୍ୟ କ୍ଷତି କରିବ ନାହିଁ ବୋଲି ପରିବାର ଲୋକ ତାଙ୍କୁ କହିଥିବା ଅଜୟ ଜଣାଇଛନ୍ତି । ନାଗ ସହ ମଣିଷ ଏଭଳି 6 ମାସ ଧରି ରାତି ବିତାଉଥିବା ଦେଖି ସ୍ଥାନୀୟ ଲୋକେ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏହି ଘଟଣାଟି ବର୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ