ପହିଲି ରଜରେ ରକ୍ତର ହୋଲି , ଗୋଟିଏ ଘରୁ ମିଳିଲା ୪ ଜଣଙ୍କ ମୃତ ଦେହ
କେନ୍ଦୁଝର ଜିଲ୍ଲା ଉଲ୍ଲିବାସୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଦୂର୍ଗା ବରିଆଙ୍କ ଘରୁ ଠାବ କରାଯାଇଛି ୪ ଗୋଟି ମୃତଦେହ । ପିତା ଦୂର୍ଗା ବରିଆଙ୍କ ମୃତ ଦେହ ସମେତ ତାଙ୍କର ୩ ଜଣ ନାବାଳିକା ଝିଅର ମୃତ ଦେହ ମିଳିଛି । ମିଳିଥିବା ଖବର ଅନୁଯାୟୀ ଦୂର୍ଗର୍ା ବାରିଆ କିଛି ଦିନ ହେଲା ସେ ମାନସିକ ଚିନ୍ତାଗ୍ରସ୍ତ ହୋଇରହୁଥିଲେ । ଆଜିର ରଜ ପର୍ବରେ ଚାରିଆଡେ ଆନନ୍ଦ ଉଲ୍ଲାସ ସହ ରଜଦୋଳିର ମଜା ଚାଲିଥିବା ବେଳେ ବାପା ତାଙ୍କ ତିନି ନାବାଳିକା ସନ୍ତାନକୁ ବାଡେଇ ବାଡେଇ ମାରିବା ପରେ ସେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଭଳି ଲୋମଟାଙ୍କୁରା ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


