ମେ’ରୁ ପ୍ରତିମାସରେ ୨୦ ଲକ୍ଷ କୋରୋନା ଟେଷ୍ଟିଂ କିଟ୍ସ ପ୍ରସ୍ତୁତି ଲକ୍ଷ୍ୟ

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ତା’ର କାୟା ମେଲାଇ ଚାଲିଥିବାରୁ ଆବଶ୍ୟକୀୟ ଟେଷ୍ଟିଂ କିଟ୍ସର ଅଭାବ ଦେଖାଦେଇଛି। କାରଣ କୌଣସି ଦେଶ ସାମ୍ପ୍ରତ୍ତିକ ସ୍ଥିତିରେ ଅନ୍ୟ ଦେଶକୁ କୋରୋନା ପରୀକ୍ଷଣ କିଟ୍ସ ଦେବା ସ୍ଥିତିରେ ନାହାନ୍ତି। ଦ୍ବିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ମଧ୍ୟ କୋରୋନା ପରୀକ୍ଷଣ କିଟ୍ସର ଅଭାବ ସାମ୍ନାକୁ ଆସିଛି। ଦିନକ ପୂର୍ବରୁ ଭାରତ ସରକାର ଚୀନରୁ ସାଢ଼େ ୬ ଲକ୍ଷ କୋରୋନା କିଟ୍ସ ଆଣିଛନ୍ତି। ତେଣୁ ଏହିପରି ସ୍ଥିତିରେ ଭାରତ ସରକାର ଆସନ୍ତା ମେ’ରୁ ପ୍ରତି ମାସରୁ ୨୦ ଲକ୍ଷ ଟେଷ୍ଟିଂ କିଟ୍ସ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହା ଭିତରେ ଆରଟି-ପିସିଆର ଟେଷ୍ଟିଂ ଓ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍ସ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି। ସେହିପରି ଅଧିକ ଭେଣ୍ଟିଲେଟର ପ୍ରସ୍ତୁତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କାରଣ ଭାରତରେ ମାସିକ ୬ ହଜାର ପର୍ଯ୍ୟନ୍ତ ଭେଣ୍ଟିଲେଟର ପ୍ରସ୍ତୁତି କ୍ଷମତା ରହିଥିଲା ବେଳେ ଏବେ ଏହାକୁ କୋରୋନା ଆକ୍ରାନ୍ତଙ୍କ ପାଇଁ ବଢ଼ାଇବା ନିହାତି ଜରୁରୀ ହୋଇପଡ଼ିଛି। ଆମେରିକା, ଇଟାଲୀ, ସ୍ପେନ ପରି ରାଷ୍ଟ୍ରରେ ଭେଣ୍ଟିଲେଟର ଅଭାବରୁ ଅନେକ କୋରୋନା ଆକ୍ରାନ୍ତ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ