‘ମୋନା’ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର,(,(ଯୁଗାବ୍ଦ ନ୍ୟୁଜ୍ ): ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ତରଫରୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କୁ ଶୁକ୍ରବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ନିଳିଆବାଗସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ବିଧାୟକ ଶ୍ରୀ ଦତ୍ତ ନିଶା ବିରୋଧରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ‘ମୋନା’ର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ନିଶା କେବଳ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ପରିବାରର କ୍ଷତି ଘଟାଇବା ସହିତ ସମାଜରେ ସମସ୍ତ ଅପରାଧରେ ନିଶାସକ୍ତମାନଙ୍କର ପ୍ରମୁଖ ଭୂମିକା ରହୁଛି ବୋଲି ସେ କହିଥିଲେ । ସେ ଆସନ୍ତା ବିଧାନସଭା ଅଧିବେଶନରେ ନିଶାମୁକ୍ତ ରାଜ୍ୟଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ‘ମୋନା’ର ଏହି ସ୍ୱତନ୍ତ୍ର ବୈଠକରେ ଆସନ୍ତା ୨୩ ତାରିଖ ଦିନ ୧୦ଟାରେ ବାଲେଶ୍ୱର ସହରର ଜେ.ଆର.ସି. ଭବନରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ବ୍ଲକ୍ କମିଟି ତରଫରୁ ସ୍ଥାନୀୟ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତକରି ନିଶାମୁକ୍ତ ରାଜ୍ୟ ଗଠନରେ ସେମାନଙ୍କ ସହଯୋଗ କାମନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ‘ମୋନା’ର ଜିଲ୍ଲା ସଭାପତି ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସଂପାଦିକା ମମତା ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ଉପଦେଷ୍ଟା ସୁବ୍ରତ କରଙ୍କ ସମେତ ଭାରତୀ ପଣ୍ଡା, ସମରେନ୍ଦ୍ର ନାଥ ଦାସ, ପ୍ରତାପଚନ୍ଦ୍ର ମହାନ୍ତି, ସଚିନ୍ଦ୍ର ଦାସ, ସ୍ୱର୍ଣ୍ଣଲତା ସ୍ୱାଇଁ, ଗୀତାଞ୍ଜଳି ସିଂହ, ହେମଲତା ଦାସ, କଲ୍ୟାଣୀ ନନ୍ଦ, ଡଃ କ୍ଷିତୀଶ୍ୱର ଦାଶ, କୁମୁଦ ରଂଜନ ଗିରି, ଷ୍ଟାଲିନ୍ ମିଶ୍ର, ସରସ୍ୱତୀ ପଣ୍ଡା, କମଳାକାନ୍ତ ନାୟକ, ଶଶାଙ୍କ ଦତ୍ତ, ଶ୍ୟାମସୁନ୍ଦର ଜେନା, ମଞ୍ଜୁବାଳା ଦଳାଇ, ମହମ୍ମଦ ଇସ୍ଲାମ, ପ୍ରତାପ ଚନ୍ଦ୍ର ନାୟକ, ଗୟାଧର କର, ପ୍ରଣୀତା ମିଶ୍ର ଓ ତ୍ରିଦିପ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଆଇନଜୀବି, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ତଥା ‘ମୋନା’ର ସଭାପତି ପ୍ରଭାକର ସାହୁଙ୍କ ୫୦ତମ ବିବାହ ବାର୍ଷିକ ଅବସରରେ ବୈଠକରେ ତାଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରାଯାଇଥିଲା । ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ