ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ

ନୂଆଦିଲ୍ଲୀ : କୋଭିଡ- ୧୯ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ କେତେକ କାର୍ଯ୍ୟକଳାପ ଉପରେ କଟକଣା କୋହଳ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉପରୋକ୍ତ ସଂଶୋଧିତ ଦିଶାନିର୍ଦ୍ଦେଶ ଅଧୀନରେ ଏହା ସ୍ପଷ୍ଟ କରାଯାଉଛି ଯେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଲକଡାଉନ କଟକଣା ଲାଗୁ ହେବନାହିଁ । ଆହୁରି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ଆବଶ୍ୟକ ମଞ୍ଜୁରି ଆଣିବା ପରେ ଚଳାଚଳ ନିମନ୍ତେ ଅନୁମତି ମିଳିବ । ସଂଶୋଧିତ ଦିଶାନିର୍ଦ୍ଦେଶ ଅନୁଯାୟୀ, କୋଭିଡ ମୁକାବିଲା ଲାଗି ଜାରି ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ