ବନ୍ତ ବଜାରରେ ଆଇନଜୀବିଙ୍କୁ ଆକ୍ରମଣ: ଥାନାରେ ମାମଲା ରୁଜ୍ଜୁ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ସଖିପାଟଣା ଗ୍ରାମର ଜନୈକ ଆଇନଜୀବିଙ୍କୁ ଆକ୍ରମଣ କରିବା ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ଶନିବାର ସନ୍ଧ୍ୟା ସମୟରେ ଆଇନଜୀବି ପରମେଶ୍ୱର ବାରିକ ବନ୍ତ ଥାନା ଛକ ଠାରେ ଉପସ୍ଥିତ ଥିବା ବେଳେ କିଛି ଯୁବକଙ୍କର ପାଟି ଶୁଭିଥିଲା । ଫଳରେ ଆଇନଜୀବି ଘଟଣା ସ୍ଥଳକୁ ଯିବା ପରେ ସେଠାରେ ଉପସ୍ଥିତ ଥିବା ବନ୍ତ ଗ୍ରାମର ସୂର୍ଯ୍ୟନାରାୟଣ ଜେନା ଓ ରବିନ୍ଦ୍ର ସେଠୀ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ନାନାଦି ଧମକ ଦେଇଥିଲେ । ରବିନ୍ଦ୍ର ସେଠୀ ତାଙ୍କ ସାର୍ଟ କଲରକୁ ଧରି ଘୋଷାରି ଆଣିବା ସହ ସୂର୍ଯ୍ୟ ନାରାୟଣ ଜେନା ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିସହ ସେମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏସଂପର୍କରେ ଶ୍ରୀ ବାରିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୭୪/୧୯ ମୂଳେ ଏକ ମାମାଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ କାହାରିକୁ ଗିରଫ କରିନାହିଁ ।