ରାଇରଙ୍ଗପୁରରେ ପବିତ୍ର ବାହୁଡା ଯାତ୍ରା ସମ୍ପନ୍ନ
ରାଇରଙ୍ଗପୁର,(ୱାଇ ଏନ ଏସ): ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ୩୯ତମ ରଥଯାତ୍ରା ର ଦ୍ବିତୀୟ ଦିବସୀୟ ବାହୁଡା ଯାତ୍ରା ମା ଭଉଣୀ ମାଉସୀମାନଙ୍କ ଦ୍ବାରା ଶାନ୍ତିଶୁଙ୍ଖଳା ରେ ସମ୍ପନ୍ନ ହୋଇଯାଇଛି l ଗତକାଲି ରଥ ସାହୁ ଲଜ ଠାରେ ଅଟକିଥିଲା l ଆଜି ସେଠାରୁ ସନ୍ଧ୍ଯା ୫ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ଯପୂଜକ ଦେବବ୍ରତ ରଥ ମହାପାତ୍ର ଶର୍ମା ଏବଂ ଡାହୁକ କୁଷ୍ଣ ବିହାରୀ ମହାନ୍ତି ଓ ଅଭିଷେକ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାହୁଡା ଯାତ୍ରା ଆରମ୍ଭ ହୋଇ ରଥ ୬ ଟା ୩୦ ମିନିଟରେ ଯଥାସ୍ଥାନ ରେ ପହଞ୍ଚିଥିଲା l ମା ଭଉଣୀ ମାଉସୀ ପ୍ରବଳ ଉତ୍ସାହରେ ରଥ କୁ ଧୀରେ ଧୀରେ ହଲାଇ ହଲାଇ ଦୁଇ ହାତକୁ ଟେକି ହୁଳ ହୁଳି ମାରି ନାଚି ନାଚି ରଥ ଆଗକୁ ନେଇ ଯାଇଥିଲେ l ଆଜି ରଥ ଉପରେ ତିନି ଠାକୁରଙ୍କ ସୁନା ବେଶ ହେବ l ଆସନ୍ତାକାଲି ତିନି ଦିଅଁ ଙ୍କ ନିଳାନ୍ଦ୍ରି ବିଜେ ଯାତ୍ରା ଅନୁଷ୍ଠିତ ହେବ l ଏହି ରଥଯାତ୍ରାର ପାବନ ବେଳାରେ ରଥ କମିଟୀର ଅଧ୍ଯକ୍ଷ ନବ ଚରଣ ମାଝୀ, ଶ୍ରୀ ଜଗନ୍ନାଥ ମନ୍ଦିର କମିଟୀ ସଭାପତି ବାମନଘାଟୀ ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନବୀନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ (ବାପି ଭାଇ), ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷ ମମିତା ଚୌଧୂରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିରେନ୍ଦ୍ର ସେନାପତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଟାଉନ ଥାନା ଆଇ ଆଇ ସି ରଞ୍ଜନ ସେଠୀ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଚିନ୍ମୟୀ ମହାନ୍ତ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି , ସ୍ବେଛାସେବୀ ସଂଗଠନ ତଥା ବିଭାଗୀୟ ଅଧିକାରୀମାନଙ୍କ ସାହାଯ୍ଯ ଓ ସହଯୋଗରେ ୩୯ତମ ରଥଯାତ୍ରା ର ବାହୁଡାଯାତ୍ରା ସମ୍ପନ୍ନ ହୋଇଯାଇଛି l ରଥଟଣା ସମୟରେ ଡକ୍ଟର ଦିଗମ୍ବର ଗିରି, ତିମିର ରଂଜନ ପଣ୍ଡା, ରଂଜନ କୁମାର ନନ୍ଦ, ବିଜୟ ରାମ, ପୁଷ୍ପଲତା ମହାନ୍ତି, ନିଗମାନନ୍ଦ ପଟ୍ଟନାୟକ, ଡକ୍ଟର ତନ୍ମୟୀ ରଥ, ଶଚିକାନ୍ତ କର, ଦୁଷ୍ମନ୍ତ କୁମାର ବସା, ସ୍ମୁତି ରଂଜନ ପାଣି ଓ ଲଳିତ ମହାନ୍ତ ଧାରା ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ସେମାନଙ୍କ ମଧ୍ଯରେ ରାଇରଙ୍ଗପୁର ଉଚ୍ଚ ବିଦ୍ଯାଳୟ ର ପୁରାତନ ଛାତ୍ରସଂଘ ମେଟ୍ରିକ ୨୦୦୭ ବ୍ଯାଚ୍ ର ସମସ୍ତ ଛାତ୍ରସମୂହ , ମନିଂ ବ୍ଯାଡମିନଟନ କ୍ଲବ ରାଇରଙ୍ଗପୁର ଆନୁକୂଲ୍ଯ ରେ ପ୍ରଦୀପ ସାହୁ, ଅଶୋକ ଜେନା, ନିହାର ବେହେରା, କାଳୀଚରଣ ସାହୁ, ସଂଜୟ ମହାନ୍ତି, ସଂଜୟ ପୁଥାଳ, ମନୋଜ ରାମ, ସୂରଜ ମହାନ୍ତି, ସିଦ୍ଧାର୍ଥ ପାଲ ଓ ବିଷ୍ଣୁ ପ୍ରମୁଖ ପରିଚାଳନା କରିଥିଲା ବେଳେ ଜଗନ୍ନାଥ ମ୍ଯାର୍କେଟ ର ସ୍ବେଛାସେବୀ କମିଟୀ ଆନୁକୂଲ୍ଯରେ ଲଳିତ କୁମାର ଦାସ, ମକୁରୁଲାଲ ମହାନ୍ତ, ସତ୍ଯଜିତ ସାହୁ, କ୍ରିଷ୍ଣା ଶର୍ମା, ସୁମନ୍ତ ମିଶ୍ର, ଅନିଲ କୁମାର ରାମ, ହରିପଦ ମହାନ୍ତ, ସଂଜୟ ସାହୁ, କାଳୀଚରଣ ସାହୁ ଓ ଶମ୍ଭୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ l


